www.samajalive.in
Thursday, December 11, 2025
26.1 C
Bhubaneswar

୨୦୨୬ ଟ୍ବେଣ୍ଟି୨୦ ବିଶ୍ବକପ: ରୋହିତ ଆଇସିସିର ପ୍ରଚାରକ

ନୂଆଦିଲ୍ଲୀ : ଭାରତ ଓ ଶ୍ରୀଲଙ୍କାରେ ଟ୍ବେଣ୍ଟି୨୦ ବିଶ୍ବକପ ୨୦୨୬ ଫେବୃଆରୀ ୭ରୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ଖେଳାଯିବ। ଉକ୍ତ ପ୍ରତିଯୋଗିତାର ଆଇସିସି ପ୍ରଚାରକ ଭା​‌େ​‌ବ ଭାରତୀୟ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା ନିଯୁକ୍ତ ହୋଇଛନ୍ତି। ଆଇସିସି ଅଧ୍ୟକ୍ଷ ଜୟ ଶାହା ଏହି ଘୋଷଣା କରିଛନ୍ତି। ରୋହିତଙ୍କ ନେତୃତ୍ବରେ ଭାରତ ୨୦୨୪ ଟ୍ବେଣ୍ଟି୨୦ ବିଶ୍ବକପ ଓ ୨୦୨୫ ଆଇସିସି ଚମ୍ପିଆନ୍‌ସ ଟ୍ରଫି ଜିତିଥିଲା। ରୋହିତ ଏପର୍ଯ୍ୟନ୍ତ ଖେଳା ଯାଇଥିବା ଟ୍ବେଣ୍ଟି୨୦ ବିଶ୍ବକପର ୯ଟି ଯାକ ସଂସ୍କରଣରେ ପ୍ରତିନିଧିତ୍ବ କରିଛନ୍ତି। ସେ ବିଶ୍ବ କ୍ରିକେଟର ଜଣେ ସଫଳ ଖେଳାଳି ଓ ଅଧିନାୟକ। ଟ୍ବେଣ୍ଟି୨୦ ବିଶ୍ବକପ-୨୦୨୬ର ପ୍ରଚାରକ ହେବା ଉକ୍ତ ପ୍ରତିଯୋଗିତାର ଲୋକପ୍ରିୟତାରେ ସହାୟକ ​‌େ​‌ହବ ବୋଲି ଜୟ ଶାହା କହିଛନ୍ତି। ରୋହିତ ୧୫୯ଟି ଅନ୍ତର୍ଜାତୀୟ ଟ୍ବେଣ୍ଟି୨୦ ମ୍ୟାଚ ଖେଳି କକ୪୨୩୧ରନ କରିଛନ୍ତି। ୨୦୨୪ ଟ୍ବେଣ୍ଟି୨୦ ବିଶ୍ବକପ ଭାରତ ଜିତିବା ପରେ ରୋହିତ ଅନ୍ତର୍ଜାତୀୟ ଟ୍ବେଣ୍ଟି୨୦ରୁ ଅବସର ଘୋଷଣା କରିଥିଲେ।

Hot this week

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

Related Articles

Popular Categories