www.samajalive.in
Friday, December 5, 2025
26.1 C
Bhubaneswar

ବ୍ରିଜ ତଳକୁ ଖସି ପଡିଲା ଘରୋଇ ଯାତ୍ରୀବାହୀ ବସ୍ : ୩୫ ରୁ ଅଧିକ ଆହତ

ବିନିକା : ସୁବର୍ଣପୁର ଜିଲାର ବିନିକା-ରାମପୁର ୧୨୬(ଏ) ଜାତୀୟ ରାଜପଥରେ ଯାତ୍ରୀଙ୍କୁ ନେଇ ବସଟି ଯାଉଥିବା ବେଳେ ସିଂଘିଯୁବା ନିକଟରେ ଥିବା ଏକ ବ୍ରିଜ ତଳକୁ ହଠାତ ଖସି ପଡିଥିଲା । ଫଳରେ ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଗୁରୁତର ଆହାତ ହୋଇଥିବା ବେଳେ ୩୫ ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।

ଆଜି ଚାରିଆଡ଼େ ପ୍ରବଳ କୁହୁଡ଼ି ହୋଇଥିବା ବେଳେ ଜୟଭୋଲେ ନାମକ ଏକ ନାଇଟ କୋଚ ଘରୋଇ ଯାତ୍ରୀବାହୀ ବସ ଭୁବନେଶ୍ଵରରୁ ବରଗଡ ଜିଲାର ଦିପ୍ତିପୁର ଅଭିମୁଖେ ଯାଉଥିବା ବେଳେ ସିଂଘିଯୁବା ନିକଟରେ ଡ୍ରାଇଭରର ଆଖି ଲାଗିବାରୁ ବସ ବ୍ରିଜ ତଳକୁ ଖସି ଦୁର୍ଘଟଣା ଘଟିଛି । ଏଥିରେ ଗୁରୁତର ଓ ଆହାତ ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବାହିନୀ କର୍ମଚାରୀମାନେ ଉପସ୍ଥିତ ସ୍ଥାନୀୟ ଲୋକଙ୍କ ସହାୟତାରେ ଘଟଣା ସ୍ଥଳରୁ ଉଦ୍ଧାର କରି ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

- Advertisement -

ଖବର ପାଇ ଘଟଣା ସ୍ଥଳକୁ ସୁବର୍ଣପୁର ଜିଲାପାଳ ନୃପରାଜ ସାହୁ ଏବଂ ଜିଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକଙ୍କ ସମେତ ବିନିକା ବିଡିଓ ମଣ୍ଟୁ ଖମାରୀ ଓ ଏନଏସି କାର‌୍ୟ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ଭୋଇ ପ୍ରମୁଖ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ଗୁରୁତର ଓ ଆହାତ ମାନଙ୍କୁ ତୁରନ୍ତ ମେଡ଼ିକାଲରେ ଭର୍ତ୍ତି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଦୁର୍ଘଟଣାରେ ବସ ଚୁରମାର ହୋଇଯାଇଛି।

 

 

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories