www.samajalive.in
Saturday, December 6, 2025
26.1 C
Bhubaneswar

ତେଜସ୍‌ ଦୁର୍ଘଟଣା: ଦୁବାଇ ଏୟାର ଶୋ’ରୁ ଓହରିଲା ଆମେରିକା

ଦୁବାଇ: ଦୁବାଇ ଏୟାର ଶୋ’ ୨୦୨୫ରୁ ଓହରି ଯାଇଛି ଆମେରିକା ବାୟୁସେନା। ଶୁକ୍ରବାର ଭାରତୀୟ ବାୟୁସେନାର ତେଜସ ଯୁଦ୍ଧବିମାନ ଦୁର୍ଘଟଣା ହୋଇ ଜଣେ ପାଇଲଟ୍‌ଙ୍କର ମୃତ୍ୟୁ ହେବା କାରଣକୁ ନେଇ ଆମେରିକା ବାୟୁସେନା ଏପରି ନିଷ୍ପତ୍ତି ନେଇଛି। ଭାରତର ତେଜସ୍‌ ଯୁଦ୍ଧବିମାନ ଦୁର୍ଘଟଣା ହୋଇ ଜଣେ ପାଇଲଟଙ୍କର ମୃତ୍ୟୁ ହେବା ସତ୍ତ୍ବେ ଏହି ଏୟାର​‌ ଶୋ’କୁ ଚାଲୁ ରଖାଯାଇଥିଲା। ଜଣେ ପାଇଲଟଙ୍କର ମୃତ୍ୟୁ ପରେ ଏୟାର ଶୋ’କୁ ବନ୍ଦ କରାଯିବା ପରିବର୍ତ୍ତେ ଚାଲୁ ରଖିବା ଭଳି ନିଷ୍ପତ୍ତିକୁ ଆମେରିକା ବାୟୁସେନାର ପାଇଲଟ୍ ମେଜର ଟେଲର ଫେମା ହେଇଷ୍ଟର ନିନ୍ଦା କରିଛନ୍ତି।

ଆୟୋଜକଙ୍କ ଏପରି ନିଷ୍ପତ୍ତିକୁ ନେଇ ମେଜର ଟେଲର ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଟେଲର କହିଛନ୍ତି ଯେ ଜଣେ ପାଇଲଟଙ୍କ ମୃତ୍ୟୁ ଆମ ପାଇଁ ଅତ୍ୟନ୍ତ ଦୁଃଖଦାୟକ। ଭାରତୀୟ ପାଇଲଟ୍‌ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଓ ସମ୍ମାନ ଜଣାଇ ଆମେ ଏହି ଏୟାର ​‌େ​‌ଶା’ରୁ ଓହରି ଯିବାକୁ ନିଷ୍ପତ୍ତି ନେଇଛୁ। ମେଜର ଟେଲର ଆମେରିକା ବାୟୁସେନାର ଏଫ-୧୬ ଭାଇପର ଶୋ’ ପ୍ରଦର୍ଶନ କରିବାକୁ ଥିବା ଟିମ୍‌ର ନେତୃତ୍ବ ନେଉଥିଲେ। ଏୟାର ଶୋ’ରେ ତାଙ୍କ ଟିମ୍ ଫାଇନାଲ ଶୋ’ ପ୍ରଦର୍ଶନ କରିବାକୁ ଥିଲା। ଫାଇନାଲ ଶୋ’ ପ୍ରଦର୍ଶନ ପାଇଁ ତାଙ୍କୁ ସୂଚନା ମିଳିବା ପରେ ଏପରି ଉଦ୍‌ବେଗ ପ୍ରକାଶ ପୂର୍ବକ ଏଥିରୁ ଓହରି ଯିବାକୁ ଘୋଷଣା କରିଛନ୍ତି। ଭାରତ ବାୟୁସେନାର ଯୁଦ୍ଧବିମାନ ତେଜସ୍‌ ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଥିଲା। ଏହାର ଚାଳକ ୱିଙ୍ଗକମାଣ୍ଡର ନମାଂଶ ଶ୍ୟାଲଙ୍କର ମୃତ୍ୟୁ ହୋଇଥିଲା।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories