www.samajalive.in
Friday, December 5, 2025
23.1 C
Bhubaneswar

କୂଅରେ ପଡି ହାତୀ ଛୁଆ ମୃତ

ରଣପୁରଗଡ: ନୟାଗଡ଼ ଜିଲା ଖୋର୍ଦ୍ଧା ବନଖଣ୍ଡ ରଣପୁର ବନାଞ୍ଚଳର ରାଜ ଜଙ୍କିଆ ନିକଟ ପାତାଳଶ୍ୱର ନିକଟ ଜଙ୍ଗଲରେ ଥିବା ଏକ କୂଅରେ ପଡି ହାତୀ ଛୁଆର ମୃତ୍ୟୁ ହୋଇଛି । ଏକ କ୍ୟାମେରା ଲଗା ଜଙ୍ଗଲୀ ହାତୀ ମୃତ୍ୟୁ ବରଣ କରିଥିବା ଖବର ପାଇ ବନବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ସ୍ଥାନୀୟ ଅଞ୍ଚଳରେ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକ ସକାଳୁ କୂଅ ଭିତରେ ହାତୀ ମରିଥିବା ପଡ଼ିଥିବା ଦେଖିବାକୁ ପାଇଥିଲେ।

ଖବର ପ୍ରସାରିତ ହେବା ପରେ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ହାତୀକୁ ଉଦ୍ଧାର କାର‌୍ୟ୍ୟ ଆରମ୍ଭ ହୋଇଥିବା ବେଳେ ତଦନ୍ତ ଆରମ୍ଭ ହୋଇଛି । ଦୀର୍ଘଦିନ ହେଲା ରଣପୁର ବନାଞ୍ଚଳ ଅଧିକାରୀ ପଦବୀ ଖାଲି। ହାତୀ ଦେହରେ କ୍ୟାମେରା ଲଗାଯିବା ପରେ ବି କେଉଁ ଭଳି ଭାବରେ ବନ ବିଭାଗ ହାତୀ ମୃତ୍ୟୁର ଖବର ଜାଣି ପାରିଲା ନାହିଁ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories