www.samajalive.in
Friday, December 5, 2025
23.1 C
Bhubaneswar

ଚାରି ଜଣଙ୍କ ଉପରେ ମାଡିଗଲା ବସ୍‌

ସମାଜ ଡିଜିଟାଲ ଡେସ୍କ: ଯାଜପୁର ଜିଲା କୁଜହାଲା ଛକ ନିକଟରେ ଚାରି ଯୁବକଙ୍କ ଉପରେ ମାଡ଼ି ଯାଇଛି ଘରୋଇ ବସ । ଚାରି ଜଣ ଯୁବକ ସକାଳୁ ଅଭ୍ୟାସ କରୁଥିବା ସମୟରେ ବରୀରୁ କଟକ ଅଭିମୁଖେ ଆସୁଥିବା ଘରୋଇ ବସ ସେମାନଙ୍କୁ ଧକ୍କା ଦେଇ ଫେରାର ‌ହୋଇଯାଇଥିଲା। ଧକ୍କା ଦେବା ପରେ ବସ୍ ଡ଼୍ରାଇଭର ବସ୍ କୁ ଧରି ଚମ୍ପଟ ମାରିଛନ୍ତି । ପରେ ଚାରି ଜଣ ଯୁବକକୁ ସ୍ଥାନୀୟ ଲୋକମାନେ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

ସେମାନଙ୍କ ମଧ୍ୟରୁ ଗୁରୁତର ଦୁଇ ଜଣ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇ ଚିକିତ୍ସା ହେଉଥିବା ବେଳେ ଅନ୍ୟ ଦୁଇ ଜଣ ଅବସ୍ଥା ଅଧିକ ସଂକାଟାପନ୍ନ ‌ହେବାରୁ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି।
ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଏକ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ବସ୍ ଚାଳକକୁ ଗିରଫ ସହ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ତଦନ୍ତ ଆରମ୍ଭ କରିଛି ।

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories