www.samajalive.in
Friday, December 5, 2025
23.1 C
Bhubaneswar

ବିଦ୍ୟାଳୟରୁ ଅଳିଆ ସଫା କଲେ ଜିଲା ଶିକ୍ଷା ଅଧିକାରୀ: ଶିକ୍ଷକ, ପିଅନ ଓ ଝାଡ଼ୁଦାର ନିରବ ଦ୍ରଷ୍ଟା ସାଜିଥିଲେ

ନବରଙ୍ଗପୁର: ବିଦ୍ୟାଳୟର କାନ୍ଥରେ ଓହଳି ରହିଥିଲା ବୁଢ଼ିଆଣୀ ଜାଲ ଓ ଅଳନ୍ଧୁ। ବିଦ୍ୟାଳୟର ଏଭଳି ପରିବେଶ ଦେଖି ବିଗିଡ଼ିଲେ ଜିଲା ଶିକ୍ଷା ଅଧିକାରୀ। ଏହା ପରେ ମଧ୍ୟ ଅଳନ୍ଧୁ ସଫା କରିବା ତ ଦୂରର କଥା ବରଂ ଉପସ୍ଥିତ ଶିକ୍ଷକ, ପିଅନ ଓ ଝାଡ଼ୁଦାର ନିରବ ଦ୍ରଷ୍ଟା ସାଜିଥିଲେ। ଶେଷରେ ନିଜେ ଝାଡୁ ଧରି ବୁଢ଼ିଆଣୀ ଅଳନ୍ଧୁ ସଫା କରିଥିଲେ ଜିଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ। କଥା ସେତିକିରେ ସରିନଥିଲା, ମଧ୍ୟାହ୍ନଭୋଜନ ପ୍ରଦାନରେ ମଧ୍ୟ ଅନିୟମିତତା ଦେଖିବାକୁ ମିଳିଥିଲା। ଏହି ପରିପ୍ରେକ୍ଷୀରେ କାର୍ଯ୍ୟରେ ଅବହେଳା କାରଣରୁ ବିଦ୍ୟାଳୟର ସମସ୍ତ ଶିକ୍ଷକଙ୍କର ଗୋଟିଏ ଦିନର ଦରମା ବନ୍ଦ କରିବା ସହ କୈଫିୟତ ତଲବ କରିଛନ୍ତି ଶିକ୍ଷା ଅଧିକାରୀ। ନବରଙ୍ଗପୁର ବ୍ଲକ ସାନମସିଗାଁସ୍ଥିତ ଜଳିନୀ ମାତା ଉଚ୍ଚ ବିଦ୍ୟାଳୟର ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ଜିଲା ଶିକ୍ଷାଧିକାରୀ ଛତ୍ରପତି ସାହୁ ସାନମସିଗାଁ ସ୍ଥିତ ଉଚ୍ଚବିଦ୍ୟାଳୟ ପରିଦର୍ଶନରେ ଯାଇଥିବା ସମୟରେ କାନ୍ଥରେ ଅଳନ୍ଧୁ ଓହଳି ଥିବା ଦେଖିବାକୁ ପାଇଥିଲେ। ବର୍ଷ ବର୍ଷ ଧରି ସଫା ହୋଇନଥିବା ଭଳି ଜଣାପଡ଼ୁଥିଲା। ଭୂତ କୋଠି ଭଳି ଦୃଶ୍ୟ ଦେଖି ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀଙ୍କ ଉପରେ ବର୍ଷିଥିଲେ ଜିଲା ଶିକ୍ଷା ଅଧିକାରୀ। ଅପରିଷ୍କାର ପରିବେଶ ଦେଖି ବିରକ୍ତି ଭାବ ପ୍ରକାଶ କରିଥିଲେ। ଜିଲା ଶିକ୍ଷା ଅଧିକାରୀଙ୍କ ବିରକ୍ତିଭାବ ଉପସ୍ଥିତ ଶିକ୍ଷକ ଓ ପିଅନଙ୍କ ମଧ୍ୟରେ ପ୍ରଭାବ ପଡ଼ିନଥିଲା ବରଂ ପ୍ରତିକ୍ରିୟା ନକରି ନିରବ ରହିଥିଲେ। ଶେଷରେ ଜିଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ଝାଡ଼ୁ ଧରି ସ୍କୁଲ କାନ୍ଥଗୁଡ଼ିକକୁ ସଫା କରିଥିଲେ। ଏହି ବିଦ୍ୟାଳୟରେ ଦୁଇ ଜଣ ପିଅନ ଓ ଜଣେ ଝାଡ଼ୁଦାର ରହିଥିଲେ ମଧ୍ୟ ଜିଲା ଶିକ୍ଷା ଅଧିକାରୀ ସଫା କରିବା ସମୟରେ କେହି ସହାୟତା କରିନଥିଲେ। ଏପରିକି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମଧ୍ୟ ନିରବ ରହିଥିଲେ। ପରେ ଜିଲା ଶିକ୍ଷା ଅଧିକାରୀ ମଧ୍ୟାହ୍ନଭୋଜନ ତଦାରଖ କରିଥିଲେ। ମଧ୍ୟାହ୍ନଭୋଜନ ଖାଦ୍ୟରେ ଆଜି ଅଣ୍ଡା ତରକାରି ଦିଆଯିବାକୁ ଥିଲେ ହେଁ ତାହା ଦିଆଯାଇନଥିଲା। ତରକାରୀ ବଦଳରେ ଡାଲମା ପ୍ରସ୍ତୁତ ହୋଇଥିଲା। ଯାହାକୁ ନେଇ ଶିକ୍ଷା ଅଧିକାରୀ ବିଗିଡ଼ି ଯାଇଥିଲେ। ଶେଷରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ପାଠ ପଢ଼ାଇ ଜିଲା ଶିକ୍ଷା ଅଧିକାରୀ ଫେରିଥିଲେ। ଅନ୍ୟପଟେ ବିଦ୍ୟାଳୟରେ ଜିଲା ଶିକ୍ଷାଧିକାରୀ ଝାଡ଼ୁ ଧରି ସଫା କରିବା ଘଟଣାକୁ ନେଇ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସଞ୍ଜୟ କୁମାର ଦାସଙ୍କୁ ପଚାରିବାରୁ ତାଙ୍କର ଭୁଲ ହୋଇଥିବା ସ୍ବୀକାର କରିଛନ୍ତି।

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories