www.samajalive.in
Sunday, December 14, 2025
26.1 C
Bhubaneswar

ଭାରତର ପ୍ରଥମ ଚିତା ମୁଖୀ ହେଲା ମା’, ୫ ଶାବକ ଜନ୍ମ

ଶ୍ୟେପୁର, ୨୦ା୧୧: ‌କୁନୋ ଜାତୀୟ ଉଦ୍ୟାନରୁ ଗୁରୁବାର ପୁଣି ଖୁସିଖବର ଆସିଛି। ଏଠାରେ ପ୍ରଥମ ଭାରତୀୟ ମାଈ ଚିତା ମୁଖୀ ୫ ଶାବକଙ୍କୁ ଜନ୍ମ ଦେଇଛି। ଭାରତରେ ଜନ୍ମିତ ୩୩ ମାସର ଚିତା ମୁଖୀ ମା’ ହେବା ‘ଚିତା ପ୍ରକଳ୍ପ’ର ବଡ ଉପଲବ୍ଧି କୁହାଯାଉଛି। ଶାବକ ଜନ୍ମ ନେଇ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏବଂ କେନ୍ଦ୍ର ବନମନ୍ତ୍ରୀ ଭୁପେନ୍ଦ୍ର ଯାଦବ ସାମାଜିକ ଗଣମାଧ୍ୟମ ଏକ୍ସ ଜରିଆରେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ ଭାରତରେ ଜନ୍ମିତ ଚିତା ମୁଖୀ ମଧ୍ୟ ପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ୫ ଶାବକଙ୍କୁ ଜନ୍ମ ଦେଇ ଐତିହାସିକ ଉପଲବ୍ଧି ହାସଲ କରିଛି। ମା’ ଓ ଛୁଆ ସୁରକ୍ଷିତ ଅଛନ୍ତି। ଭାରତରେ ଜନ୍ମିତ ଚିତାର ସଫଳ ପ୍ରଜନନ ଚିତା ପ୍ରଜେକ୍ଟ ପାଇଁ ଏକ ଉତ୍ତମ ସଙ୍କେତ।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories