www.samajalive.in
Saturday, December 6, 2025
26.1 C
Bhubaneswar

ଲାଲକିଲା ଆକ୍ରମଣ ଆମେ ଘଟାଇଛୁ : ପାକ୍‌ ନେତା

ଇସଲାମାବାଦ : ଦିଲ୍ଲୀ ଲାଲକିଲାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପାକିସ୍ତାନ ଘଟାଯାଇଥିବା ନେଇ ସ୍ବୀକାର କରିଛନ୍ତି ଇସଲାମାବାଦର ବରିଷ୍ଠ ରାଜନେତା ଚୌଧୁରୀ ଅନୱରଉଲ୍‌ ହକ୍। ଭାରତରେ ହେଉଥିବା ସୀମାପାର ଆତଙ୍କବାଦୀ କାର୍ଯ୍ୟକଳାପରେ ପାକିସ୍ତାନର ସମ୍ପୃକ୍ତି ନେଇ ସର୍ବଦା ଅଭିଯୋଗ ହେଉଥିବାବେଳେ ହକ୍ ଏପରି ସ୍ବୀକାର କରିଛନ୍ତି। ହକ୍ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ କାଶ୍ମୀରର ଜଙ୍ଗଲରୁ ଆରମ୍ଭ କରି ଦିଲ୍ଲୀର ଲାଲକିଲା ପର୍ଯ୍ୟନ୍ତ ଆମେ ଭାରତକୁ ଟାର୍ଗେଟ କରିପାରିଛୁ। ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏହି ସଫଳତା ପାଇଛୁ। ଆମେ ଯେଉଁ ଆକ୍ରମଣ ଘଟାଇଛୁ ତା’ର ମୃତ୍ୟୁ ଆକଳନ କରାଯାଉଛି। ଅନୱରଉଲ୍‌ ହେଉଛନ୍ତି ଆଜାଦ୍‌ ଜାମ୍ମୁ-କାଶ୍ମୀର (ଏଜେକେ)ର ପୂର୍ବତନ ପ୍ରଧାନମନ୍ତ୍ରୀ। ସେ ୨୦୨୩ ଏପ୍ରିଲରୁ ୨୦୨୫ ନଭେମ୍ବର ପର୍ଯ୍ୟନ୍ତ ଏଜେକେର ୧୫ତମ ପ୍ରଧାନମନ୍ତ୍ରୀ ଥିଲେ। ଏହା ସହିତ ସେ ପାକିସ୍ତାନ ତେହରିକ୍-ଇ-ଇନସାଫ୍‌ (ପିଟିଆଇ)ର ପ୍ରତିଷ୍ଠାତା ସଦସ୍ୟ। ଏବେ ସେ ପିଟିଆଇରୁ ବହିଷ୍କୃତ ହୋଇଛନ୍ତି। ସୂଚନାଯୋଗ୍ୟ ଗତ ଏପ୍ରିଲରେ ଜାମ୍ମୁ-କାଶ୍ମୀରର ପହଲଗାଓଁରେ ପାକିସ୍ତାନ ଆତଙ୍କବାଦୀମାନେ ୨୬ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories