www.samajalive.in
Thursday, December 11, 2025
15.1 C
Bhubaneswar

ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ଶାହଙ୍କ ସହ ଆଲୋଚନା

ସମାଜ ଲାଇଭ ଡ଼େସ୍କ : ବିହାରରେ ଏନଡିଏ ସରକାର ଶପଥ ନେବା ପୂର୍ବରୁ ବିହାର ଏନଡିଏ ନେତା ମାନଙ୍କୁ ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ ବୈଠକ ହେବାକୁ ଯାଉଛି । ଜେଡ଼ିୟୁ ନେତା ସଞ୍ଜୟ ଝା ଓ ଲଲନ ସିଂହଙ୍କୁ ମଧ୍ୟ ଦିଲ୍ଲୀ ଡକାଯାଇଥିଲା । ଉଭୟ ଚାର୍ଟର୍ଡ ବିମାନରେ ଯାତ୍ରା କରିଥିଲେ । କ୍ୟାବିନେଟ ପାଇଁ ମଧ୍ୟ ଉକ୍ତ ବୈଠକରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। NDA ନେତାମାନଙ୍କର ଏକ ବୈଠକ ମଧ୍ୟ ସ୍ଥିର ହୋଇଛି । ଏଲଜେପି (ରାମ ବିଳାସ)ର ଅଧ୍ୟକ୍ଷ ଚିରାଗ ପାସୱାନ, ଆରଏଲଏମ ଅଧ୍ୟକ୍ଷ ଉପେନ୍ଦ୍ର କୁଶୱାହା, ଏବଂ ଏଚଏଏମ ମୁଖ୍ୟ ଜିତନ ରାମ ମଝି  ମଧ୍ୟ ଦିଲ୍ଲୀରେ ଅଛନ୍ତି। ସେମାନେ ରବିବାର ଶାହ ଏବଂ ବିଜେପି ସଭାପତି ଜେପି ନଡ୍ଡାଙ୍କ ସହ ମଧ୍ୟ କଥା ହୋଇଥିଲେ। ବିହାର ବିଜେପିର ଶୀର୍ଷ ନେତାମାନେ ମଙ୍ଗଳବାର ଦିଲ୍ଲୀ ଯାତ୍ରା କରିବେ । ମିଳିଥିବା ସୂତ୍ର ଅନୁସାରେ ସରକାରରେ ସମାନ ଅଂଶଗ୍ରହଣକୁ ନେଇ ଜେଡ଼ିୟୁ ଏବଂ ବିଜେପି ମଧ୍ୟରେ ବିବାଦ ଚାଲିଛି । ବିଜେପି ଏବଂ ଜେଡ଼ିୟୁ ଉଭୟ ବିଧାନସଭା ବାଚସ୍ପତି ପଦବୀ ଚାହୁଁଛନ୍ତି ଏବଂ ଏହାକୁ ନେଇ ଆଲୋଚନା ଜାରି ରହିଛି । ଜେଡିୟୁ ଚାହୁଁଛି ଯେ ବାଚସ୍ପତି ତାଙ୍କ ଦଳର ଏବଂ ବିଧାନ ପରିଷଦର ଅଧ୍ୟକ୍ଷ ବିଜେପି ଦଳର ହେଉ । ବିଜେପି ଉଭୟ ପଦବୀ ବଜାୟ ରଖିବାକୁ ଚାହୁଁଛି । ସୋମବାର, ବର୍ତ୍ତମାନର ସରକାରଙ୍କ ଶେଷ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ନଭେମ୍ବର ୧୯ତାରିଖରେ ବିଧାନସଭା ଭଙ୍ଗ କରିବାର ପ୍ରସ୍ତାବ ଗୃହୀତ ହୋଇଥିଲା । ନୀତିଶ କୁମାର ତା’ପରେ ରାଜ୍ୟପାଳଙ୍କୁ ଭେଟି ଏ ବିଷୟରେ ଅବଗତ କରାଇଥିଲେ। ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ନୂତନ କ୍ୟାବିନେଟରେ ୩୪ ଜଣଙ୍କୁ ସାମିଲ କରାଯିବାକୁ ଯୋଜନା କରା ଯାଇଛି । ଯେଉଁଥିରେ ବିଜେପିରୁ ୧୫ ମନ୍ତ୍ରୀ, ଜେଡିୟୁରୁ ୧୪ ମନ୍ତ୍ରୀ, ଏଲଜେପି(ଆର)ରୁ ୩ମନ୍ତ୍ରୀ, ଏଚଏଏମରୁ ଜଣେ ମନ୍ତ୍ରୀ, ଆରଏଲଏରୁ ଜଣେ ମନ୍ତ୍ରୀଙ୍କୁ ମିଶାଇ ମୋଟ ୩୪ ଜଣଙ୍କୁ ମନ୍ତ୍ରୀ ପରିଷଦ ରେ ସାମିଲ କରାଯିବ ବୋଳି ଅଲୋଚନ ହେଉଛି ।

ଅଟକି ରହିଛି ବାଚସ୍ପତି ପଦବୀ : ବର୍ତ୍ତମାନ, ବିଜେପି ବିଧାନସଭାର ବାଚସ୍ପତି ପଦବୀ ବଜାୟ ରଖିଛି। ଜେଡିୟୁ ଯୁକ୍ତି ରଖିଛି ଯେ ବିଧାନ ପରିଷଦର ଅଧ୍ୟକ୍ଷ ପଦବୀ ବିଜେପି ପାଖରେ ଅଛି, ତେଣୁ ଜେଡିୟୁ ବିଧାନସଭାର ବାଚସ୍ପତି ହେବା ଉଚିତ । କିନ୍ତୁ ବିଜେପି ଯୁକ୍ତି ରଖୁଛି   ଯେ ଜେଡିୟୁ ସର୍ବୋଚ୍ଚ ପଦବୀ (ମୁଖ୍ୟମନ୍ତ୍ରୀ) ରଖୁଥିବାରୁ ବିଧାନସଭା ବାଚସ୍ପତିଙ୍କ ଉପରେ ବିଜେପିର ସ୍ୱାଭାବିକ ଅଧିକାର ଅଛି ।

- Advertisement -

ଗୋଟିଏ ଫୋନ୍ କଲ୍ ବିହାରରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ତେଜନା ବୃଦ୍ଧି କରିଥିଲା : ଗଣମାଧ୍ୟମ ତଥ୍ୟ ଅନୁଯାୟୀ, ନଭେମ୍ବର ୧୯ ତାରିଖରେ ବିଧାନସଭା ଭଙ୍ଗ କରିବା ପାଇଁ ସୁପାରିଶ ପରେ ରାଜନୈତିକ କାର୍ଯ୍ୟକଳାପ ତୁରନ୍ତ ବୃଦ୍ଧି ପାଇଥିଲା। ଆରଏସଏସ ନେତାମାନେ ପ୍ରାୟ ତିନି ଘଣ୍ଟା ଧରି ଏକ ବୈଠକ କରିଥିଲେ, ଯେଉଁଥିରେ ବିହାରର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି, ସଂଖ୍ୟା ଏବଂ କ୍ୟାବିନେଟ ଗଠନ ସହିତ ଜଡିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ସୂତ୍ର ଅନୁଯାୟୀ ଏହି ବୈଠକରେ ବାଚସ୍ପତି ଏବଂ ଉପମୁଖ୍ୟମନ୍ତ୍ରୀ ପଦବୀ ପାଇଁ ବିଜେପିର ନାମାଙ୍କନ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଥିଲା । ସବୁକିଛି ଚୂଡ଼ାନ୍ତ ହେବା ପରେ, ନେତାଙ୍କୁ ଦିଲ୍ଲୀ ଡକାଯାଇଥିଲା । କିଛି ସମୟ ପରେ, ଦିଲ୍ଲୀର ବରିଷ୍ଠ ନେତାମାନେ ଜେଡିୟୁର ଲଲ୍ଲନ ସିଂହ ଏବଂ ସଞ୍ଜୟ ଝାଙ୍କୁ ଆଲୋଚନା ପାଇଁ ଡ଼ାକିଥିଲେ ।

ସମାନ ଭାଗ ପାଇଁ ଉତ୍ତେଜନା : ଗଣମାଧ୍ୟମ ତଥ୍ୟ ସୂଚିତ କରୁଛି ଯେ ନୀତିଶ କୁମାର,  ସରକାରରେ ସମାନ ଅଂଶଗ୍ରହଣ ପାଇଁ ଜିଦ୍ ଧରିଛନ୍ତି। ସେ ସ୍ପଷ୍ଟ ଭାବରେ କହିଥିଲେ ଯେ ସରକାରରେ ସମାନତା କେବଳ ସଂଖ୍ୟା ଦ୍ୱାରା ନୁହେଁ, ବରଂ ମେଣ୍ଟର ମର୍ଯ୍ୟାଦା ଦ୍ୱାରା ନିର୍ଣ୍ଣୟ କରାଯିବ। ଆଲୋଚନା ହେଉଛି ଯେ ଜେଡ଼ିୟୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଉପ-ମୁଖ୍ୟମନ୍ତ୍ରୀ ପଦବୀ ଚାହୁଁଛି । ସମାନତା ସୂତ୍ର ଅନୁଯାୟୀ, ବିଧାନସଭାର ବାଚସ୍ପତି ଜେଡ଼ିୟୁରୁ  ହେବେ ଏବଂ ବିଧାନ ପରିଷଦର ଅଧ୍ୟକ୍ଷ ବିଜେପିରୁ ହେବେ , ବିଜେପି ଉପ-ମୁଖ୍ୟମନ୍ତ୍ରୀ ନିଯୁକ୍ତି କରିବା ପୂର୍ବରୁ ନୀତିଶ କୁମାରଙ୍କ ଅନୁମୋଦନ ବାଧ୍ୟତାମୂଳକ ହେବ । ଏହାର ଅର୍ଥ ହେଉଛି ନୀତିଶ କୁମାର ହିଁ ଶେଷ ନିଷ୍ପତ୍ତି ନେବେ ।

ମନ୍ତ୍ରୀ କୋଟାରେ ପରିବର୍ତ୍ତନ କରିବ ନାହିଁ ଜେଡ଼ିୟୁ : ପୂର୍ବ ସରକାରରେ, ଜେଡିୟୁରୁ ୧୩ ଜଣ ମନ୍ତ୍ରୀ ଥିଲେ । ଏହି ମନ୍ତ୍ରୀଙ୍କ ମଧ୍ୟରୁ ୧୦ ଜଣଙ୍କୁ ନୂତନ ସରକାରରେ ପୁନଃନିଯୁକ୍ତ କରାଯାଇପାରେ । ଦଳ ଏକ ବଡ଼ କ୍ୟାବିନେଟ୍ ଅଦଳବଦଳ ପାଇଁ ମୁଡ୍‌ରେ ନାହିଁ। ଜେଡିୟୁ କୋଟାରୁ ନିଯୁକ୍ତ ହେବାକୁ ଥିବା ୧୦ ଜଣ ମନ୍ତ୍ରୀହେଲେ ବିଜୟ ଚୌଧୁରୀ,ବିଜେନ୍ଦ୍ର ଯାଦବ,ଅଶୋକ ଚୌଧୁରୀ,ଲେସି ସିଂହ,ମଦନ ସାହାନୀ,ଜୟନ୍ତ ରାଜ,ସନ୍ତୋଷ ନିରାଲା,ଶ୍ରବଣ କୁମାର,ଜାମା ଖାନ,ମହେଶ୍ୱର ହଜାରୀ ।

ଉପମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିପାରେ ବିଜେପି : ପୂର୍ବ ସରକାରରେ, ବିଜେପି କୋଟାରୁ ୧୯ ଜଣ ମନ୍ତ୍ରୀ ଥିଲେ। ଏଥିରେ ବହୁ ସଂଖ୍ୟାରେ ପରିବର୍ତ୍ତନ ହେବାର ସୂଚନା ରହିଛି । ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନାଙ୍କୁ ବଦଳାଇପାରେ ବିଜେପି । ସମ୍ରାଟ ଚୌଧୁରୀଙ୍କୁ ମଧ୍ୟ ବଦଳାଯାଇପାରେ ,  କିନ୍ତୁ ସେ ଏବେ ବି ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଦୌଡ଼ରେ ଅଛନ୍ତି । ମଙ୍ଗଲ ପାଣ୍ଡେ ଏବଂ ରଜନୀଶ କୁମାରଙ୍କ ମଧ୍ୟରୁ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ ହେବାର ମଧ୍ୟ ଆଲୋଚନା ହେଉଛି । ସମ୍ରାଟ ଚୌଧୁରୀ, ନୀତିନ ନବୀନ, ମଙ୍ଗଲ ପାଣ୍ଡେ, ରାମକ୍ରିପାଲ ଯାଦବ, ରଜନୀଶ କୁମାର।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories