www.samajalive.in
Thursday, December 11, 2025
26.1 C
Bhubaneswar

ନୂଆଶାସନ ଗ୍ରାମରୁ ଚିତ୍ରା ହରିଣ ଉଦ୍ଧାର

ପିପିଲି :  ପିପିଲି ନିକଟବର୍ତ୍ତୀ ନୂଆଶାସନ ଗ୍ରାମରୁ ବୁଧବାର ପୂର୍ବାହ୍ନରେ ଏକ ଚିତ୍ରା ହରିଣକୁ ବାଳକାଟି ବନବିଭାଗ ଉଦ୍ଧାର କରିଛି। ହରିଣଟି ଖାଦ୍ୟ ଅନ୍ୱେଷଣରେ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରୁ ଚାଲି ଆସିଥିବା ଅନୁମାନ କରାଯାଉଛି ।

ସୂଚନା ଅନୁଯାୟୀ, ନୂଆଶାସନ ଗ୍ରାମ ନିକଟସ୍ଥ ଭାର୍ଗବୀ ନଦୀବନ୍ଧରେ ବୁଧବାର ସକାଳେ ଏକ ଚିତ୍ରା ହରିଣ ବୁଲୁଥିବା ବେଳେ ତାକୁ କେତୋଟି ବୁଲା କୁକୁର ଗୋଡାଇଥିଲେ ବିକଳରେ ହରିଣଟି ଉତ୍ତରସାହିର ନାଲୁଆ ପଣ୍ଡାଙ୍କ ଗୁହାଳ ଘର ମଧ୍ୟରେ ପଶି ଯାଇଥିଲା । ପରେ ଗ୍ରାମର ଯୁବକମାନେ ହରିଣଟିକୁ ସେଠାରୁ ସୁରକ୍ଷିତ ଭାବେ ଉଦ୍ଧାର କରି ଏକ ଘର ମଧ୍ୟରେ ରଖିବା ସହ ବନବିଭାଗକୁ ଖବର ଦେଇଥିଲେ । ବାଳକାଟି ରେଞ୍ଜର ଜୟକୃଷ୍ଣ ଯଦୁମଣୀ ଦାସଙ୍କ ନିର୍ଦ୍ଦେଶ କ୍ରମେ ଫରେଷ୍ଟର ପ୍ରଭାକର ଦଳେଇ, ଫରେଷ୍ଟ ଗାର୍ଡ ବିଶ୍ୱନାରାୟଣ ମିଶ୍ର ପ୍ରମୁଖ ସେଠାରେ ପହଞ୍ଚି ହରିଣକୁ ନେଇଥିଲେ। ହରିଣଟିକୁ ଭୁବନେଶ୍ୱର ଭରତପୁର ସ୍ଥିତ ୱାଇଲ୍ଡ ଲାଇଫକୁ ନିଆଯାଇ ସେଠାରେ ଛଡାଯିବ ବୋଲି ଫରେଷ୍ଟର ଶ୍ରୀଦଳାଇ ସୂଚନା ଦେଇଛନ୍ତି । ହରିଣଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ଦିଗରେ ସହଯୋଗ ପାଇଁ ବନବିଭାଗ ପକ୍ଷରୁ ନୂଆଶାସନ ଉତ୍ତରସାହି ବାସିନ୍ଦାଙ୍କୁ ସାଧୁବାଦ ଦିଆଯାଇଛି ।

Hot this week

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

Related Articles

Popular Categories