ଯୁକ୍ତ ଦୁଇ ପରୀକ୍ଷା ପୂର୍ବରୁ ପରୀକ୍ଷା କେନ୍ଦ୍ରରୁ ସିସିଟିଭି ଚୋରି ଅଭିଯୋଗ

0

ପୁରୀ : ଯୁକ୍ତ ଦୁଇ ପରୀକ୍ଷା ଆସନ୍ତାକାଲି ଠାରୁ ଆରମ୍ଭ ହେବା ଥିବା ବେ​‌ଳେ ଏହା ପୂର୍ବରୁ ବିଭ୍ରାଟ ଦେଖାଦେଇଛି। ପୁରୀ ଜିଲାର ସାତପଡାର ପଞ୍ଚାୟତ ଜୁନିଅର କଲେଜର ପରୀକ୍ଷା କେନ୍ଦ୍ରରୁ ସିସିଟିଭି ଚୋରି ହୋଇଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ରାତିରେ ଦୁର୍ବୃତ୍ତମାନେ ଏହି ଚୋରି କରିଥିବା ସନ୍ଦେହ କରାଯାଉଛି। ଏନେଇ ସାତପଡା ଥାନାରେ ଅଭିଯୋଗ କରାଯାଇଛି। ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

kalyan agarbati
Leave A Reply