ଡେସ୍କ: ବିହାର ବିଧାନସଭା ନିର୍ବାଚନ-୨୦୨୫ରେ ୧୯୫୧ ପରଠାରୁ ମତଦାନ ରେକର୍ଡ ଭାଙ୍ଗିଛି। ନଭେମ୍ବର ୧୧ରେ ଶେଷ ହୋଇଥିବା ଦୁଇ ପର୍ଯ୍ୟାୟ ନିର୍ବାଚନରେ ୬୬.୯୧% ଭୋଟର ମତଦାନ ରାଜ୍ୟରେ ଏପର୍ଯ୍ୟନ୍ତ ସର୍ବାଧିକ। ବିହାର ମଧ୍ୟ ଏହାର ଇତିହାସରେ ସର୍ବାଧିକ ମହିଳା ଭୋଟର ମତଦାନ ରେକର୍ଡ କରିଛି। ୭୧.୬% ମହିଳା ଭୋଟ ଦେବାକୁ ଆସିଥିବା ବେଳେ, ପୁରୁଷ ଭୋଟରଙ୍କ ସଂଖ୍ୟା ୬୨.୮% ଥିଲା। ୨ ହଜାର ୬୨୬ ଜଣ ପ୍ରାର୍ଥୀଙ୍କ ଆଜି ଭାଗ୍ୟ ନିର୍ଣ୍ଣୟ କରିବ ମତଗଣନା। ଆଜି ସକାଳ ୮ଟାରେ ଭୋଟ ଗଣତି ଆରମ୍ଭ ହୋଇଛି।
ଦିନ ୧୦ଟା ସୁଦ୍ଧା ଜନତା ଦଳ (ୟୁ) ୬୨ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ୫୯ଟି ଆସନରେ ଆଗୁଆ ରହିଛି। ସେହିପରି ଆରଜେଡି ୩୪ଟି, ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) ୧୫ଟି, କଂଗ୍ରେସ ୧୦ଟି ଆସନରେ ଆଗୁଆ ରହିଛି। ଏନଡ଼ିଏ ୧୪୬ଟି ଆସନରେ ଆଗୁଆ ରହିଥିବା ବେଳେ ମହାଗଠବନ୍ଧନ ୭୩ଟି ଆସନରେ ଆଗୁଆ ରହିଛି।



