www.samajalive.in
Friday, December 5, 2025
27.1 C
Bhubaneswar

ଧର୍ମେନ୍ଦ୍ରଙ୍କ ପରଲୋକ ଖବରକୁ ଖଣ୍ଡନ କଲେ ଝିଅ ଇଶା

ନୂଆଦିଲ୍ଲୀ: ଧର୍ମେନ୍ଦ୍ରଙ୍କ ପରଲୋକ ଖବରକୁ ଖଣ୍ଡନ କରିଛନ୍ତି ଝିଅ ଇଶା ଦେଓଲ। ସେ କହିଛନ୍ତି ବାପାଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ରହିଛି। ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ପରିବାରର ଗୋପନୀୟତା ବଜାୟ ରଖିବାକୁ ଅପିଲ କରିଛନ୍ତି।
ଅସୁସ୍ଥ ଥିବା ବଲିଉଡର ବର୍ଷୀୟାନ ଅଭିନେତା ଧର୍ମେନ୍ଦ୍ର ପ୍ରାୟ ଏକ ସପ୍ତାହ ହେବ ମୁମ୍ବଇସ୍ଥିତ ବ୍ରିଚ୍‌ କାଣ୍ଡି ହସ୍ପିଟାଲରେ ଚିକିତ୍ସିିତ ହେଉଛନ୍ତି। ତେବେ ସ୍ବାସ୍ଥ୍ୟାବସ୍ଥା ଜଟିଳ ହେବାପରେ ସୋମବାର ଧର୍ମେନ୍ଦ୍ରଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି।

ଡିସେମ୍ବର ୮ରେ ଧର୍ମେନ୍ଦ୍ର ୯୦ ବର୍ଷରେ ପଦାର୍ପଣ କରିବାକୁ ଯାଉଛନ୍ତି। ଗତ ଏପ୍ରିଲରେ ତାଙ୍କର ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଇଥିଲା। ୧୯୬୦ରେ ‘ଦିଲ ଭି ତେରା, ହମ୍‌ ଭି ତେରେ’ ଚଳଚ୍ଚିତ୍ରରୁ ଧର୍ମେନ୍ଦ୍ର ତାଙ୍କର ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ। ପ୍ରାଥମିକ ପର୍ଯ୍ୟାୟରେ ସେ ଚରିତ୍ର ଅଭିନେତା ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ନାୟକ ଭୂମିକାରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ। ଦୀର୍ଘ ଛଅ ଦଶନ୍ଧିର କ୍ୟାରିୟରରେ ସେ ୩୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories