www.samajalive.in
Sunday, December 7, 2025
16.1 C
Bhubaneswar

ଆଜି ନୂଆପଡ଼ା ମତଦାନ

ନୂଆପଡ଼ା: ନୂଆପଡ଼ା ଉପ-ନିର୍ବାଚନ ପାଇଁ ଆଜି ସକାଳୁ ମତଦାନ ଆରମ୍ଭ ହୋଇଛି । ଅବାଧ ଓ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ କରିବାକୁ ପ୍ରଶାସନ ଓ ପୁଲିସ ତତ୍ପର । ମଙ୍ଗଳବାର ମତଦାନ ପାଇଁ ପୋଲିଂ ଟିମ୍‌ ବୁଥ୍‌ରେ ଆଗୁଆ ପହଞ୍ଚି ପ୍ରସ୍ତୁତି ସାରିଛନ୍ତି। ଜିଲାର ୮ଟି ସମ୍ବେଦନଶୀଳ ବୁଥ ପାଇଁ ବାୟୁସେନା ବିମାନରେ ପୁଲିଂ ଟିମ୍‌କୁ ପଠାଯାଇଛି। ଆଇନଶୃଙ୍ଖଳା ନିୟନ୍ତ୍ରଣ ପାଇଁ କେନ୍ଦ୍ରୀୟ ସୁରକ୍ଷାବଳ, ରାଜ୍ୟ ସଶସ୍ତ୍ର ବାହିନୀ ଓ ପୁଲିସ ଅଧିକାରୀଙ୍କୁ ଗୁରୁଦାୟିତ୍ବ ଦିଆଯାଇଛି। ଆସନ୍ତା ୧୪ରେ ଭୋଟ୍‌ ଗଣତି ଥିବାରୁ ଅଧିକ ପୁଲିସ ଓ ସୁରକ୍ଷାବାହିନୀ ମୁତୟନ କରାଯିବ ବୋଲି ସୂଚନା ମିଳିଛି। ନୂଆପଡ଼ା ନିର୍ବାଚନମଣ୍ଡଳୀ(୭୧)ର ଉପ-ନିର୍ବାଚନ ପାଇଁ ୩୫୮ ବୁଥ ରହିଛି। ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ସରକାରୀ ନେସନାଲ ଉଚ୍ଚ ବିଦ୍ୟାଳୟରେ ୨ଟି, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗୋଟିଏ, ଖରିଆରରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ସରକାରୀ ଉଚ୍ଚ ବିଦ୍ୟାଳୟ ଖରିଆର ରୋଡରେ ୩ଟି; ଏପରି ମୋଟ୬ଟି ପିଙ୍କ ବୁଥ୍‌ କରାଯାଇଛି । ମୋଟ ୩୫୮ ଟି ବୁଥକୁ ପୋଲିଂ ପାର୍ଟି ପହଞ୍ଚିଛନ୍ତି

ସେହିପରି ନୂଆପଡ଼ା ଉପ-ନିର୍ବାଚନରେ ୮ଟି ଅତି ସମ୍ବେଦନଶୀଳ ବୁଥକୁ ବାୟୁସେନା ହେଲିକପ୍ଟରରେ ପୋଲିଂ ପାର୍ଟି ଗସ୍ତ କରିଛନ୍ତି। କୋମନା ବ୍ଲକ ସୁନବେଡ଼ା ଅଭୟାରଣ୍ୟ ଉପରେ ଥିବା ସୁନାବେଡ଼ା ଓ ସୋସେଙ୍ଗ ପଞ୍ଚାୟତର ସୋସେଙ୍ଗ ସେବାଶ୍ରମରେ ହୋଇଥିବା ଦୁଇଟି ବୁଥ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦେଓସିଲ, ସୁନାବେଡ଼ା ସେବାଶ୍ରମରେ ହୋଇଥିବା ଦୁଇଟି ବୁଥ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜାମଗାଁ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗାତିବେଡ଼ାରେ ହୋଇଥିବା ଦୁଇଟି ବୁଥକୁ ଆଜି ସକାଳୁ ନୂଆପଡ଼ା ଗୋତମା ସ୍ଥିତ ଉଡଜାହାଜ ପଡ଼ିଆରୁ ବାୟୁସେନା ହେଲିକେପ୍ଟର ଯୋଗେ ପୋଲିଂ ପାର୍ଟି ଉଡ଼ାଣ ଭରିଥିଲେ।

- Advertisement -

ଚଳିତ ନୂଆପଡ଼ା ଉପ-ନିର୍ବାଚନକୁ ଅବାଧ, ମୁକ୍ତ, ନିରପେକ୍ଷ, ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ଓ ପୁଲିସ ପ୍ରଶାସନ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜଣେ ଆରକ୍ଷୀ ଅଧିକ୍ଷକ, ଜଣେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ୬ଜଣ ଡିଏସପି, ୯ଜଣ ଇନ୍ସପେକ୍ଟର, ଜିଲାରେ ୫୨ ଜଣ ସବ-ଇନ୍ସପେକ୍ଟର, ସହକାରୀ ସବ ଇନ୍ସପେକ୍ଟର ଥିଲା ବେଳେ ବାହାର ଜିଲାରୁ ୯୯ଜଣଙ୍କୁ ମୁତୟନ କରାଯାଇଛି। ସେମାନେ ଭ୍ରାମ୍ୟମାଣ ସେବା ଯୋଗାଇବେ। ଜିଲାରେ ୧୨୩ଜଣ କନେଷ୍ଟବଳ ଥିଲାବେଳେ ଭ୍ରାମ୍ୟମାଣ ସେବା ପାଇଁ ୩୫୪ଜଣ କନେଷ୍ଟବଳଙ୍କୁ ମୁତୟନ ହୋଇଛନ୍ତି। ଓଡ଼ିଶା ଆର୍ମ ପୁଲିସ ଫୋର୍ସର ୩୭ ଜଣ ଓ ୨୩୦ ଜଣ ହୋମଗାର୍ଡଙ୍କୁ ନିୟୋଜିତ କରାଯାଇଛି। ସେହିପରି ସିଆର୍‌ପିଏଫ୍‌ର ୧୪ କମ୍ପାନୀ, ରାଜ୍ୟ ପୁଲିସର ୧୪ ବାଟାଲିୟନଙ୍କୁ ନିୟୋଜିତ କରାଯାଇଛି। ବିଏସ୍‌ଏଫ୍‌ର ଯବାନ ମାନେ ଜିଲା କାର୍ଯ୍ୟଳୟକୁ ଜଗି ରହିଛନ୍ତି। ସେହିପରି ନୂଆପଡ଼ା ସହର, ଖରିଆର ରୋଡ଼ ସହ କୋମନାରେ ପୁଲିସ ପକ୍ଷରୁ ଆଜି ସନ୍ଧ୍ୟାରେ ଫ୍ଲାଗ ମାର୍ଚ୍ଚ କରାଯାଇଛି। ଅବାଧ ଓ ସୁରୁଖୁରୁରେ ନିର୍ବାଚନ ପରିଚାଳନା ପାଇଁ ପୋଲିଂ ଟିମ୍‌କୁ ଜିଲାପାଳ ମଧୁସୂଦନ ଦାଶ ଓ ଜିଲା ଆରକ୍ଷୀ ଅଧିକ୍ଷକ ଅମୃତପାଲି ସିଂ ଉତ୍ସାହିତ କରିଛନ୍ତି। ପୋଲିଂ କର୍ମଚାରୀଙ୍କୁ ଗୋଲାପ ଫୁଲ ଓ ପୁସିଂ କାର୍ଡ ପ୍ରଦାନ କରିଛନ୍ତି। ଆମେ ଅସମୟରେ ନିର୍ବାଚନ ସମ୍ମୁଖିନ ହୋଇଛୁ। ତେଣୁ ପ୍ରତ୍ୟେକ ପୋଲିଂ କର୍ମଚାରୀଙ୍କୁ ଉତ୍ସାହିତ କରିବା ଆମ ଦାୟିତ୍ୱ ବୋଲି ଜିଲାପାଳ ପ୍ରତକ୍ରିୟାରେ କହିଛନ୍ତି।

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories