www.samajalive.in
Friday, December 5, 2025
27.1 C
Bhubaneswar

ଭେଣ୍ଟିଲେଟରରୁ ମେଡିସିନ୍‌ ଓ୍ବାର୍ଡକୁ ଗଲେ ଅଭିଜିତ୍

ଭୁବନେଶ୍ଵର: ଧିରେ ଧିରେ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି । ଆଜି ଭେଣ୍ଟିଲେଟରରୁ ବାହାରି ତାଙ୍କୁ ମେଡିସିନ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି । ଏନେଇ ଭୁବନେଶ୍ଵର ଏମ୍ସ ପକ୍ଷରୁ ହେଲଥ୍ ବୁଲେଟିନ ଜାରି କରି ସୂଚନା ଦିଆଯାଇଛି । ଗତ ସେପ୍ଟେମ୍ବର ୪ ତାରିଖରେ ଗୁରୁତର ଅବସ୍ଥାରେ ଅଭିଜିତ ମଜୁମଦାରଙ୍କୁ ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି କରାଯାଇଥିଲା ।
ସେତେବେଳେ ସେ କୋମାରେ ଥିଲେ । ସେପ୍ଟେମ୍ଵର ୨୫ ତାରିଖରେ ଅଭିଜିତଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ସୁଧାର ଆସିଥିଲା। ସେଥିପାଇଁ ତାଙ୍କୁ ଆଇସିୟୁରୁ ବାହାର କରାଯାଇ ସାଧାରଣ ୱାର୍ଡକୁ ଅଣାଯାଇଥିଲା । ହେଲେ ଅକ୍ଟୋବର ୧୧ରେ ଅସୁସ୍ଥତା ଯୋଗୁଁ ପୁଣି ଥରେ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା । ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଅସମୋଟିକ୍ ଡେମିଲେସନ ସିଣ୍ଡ୍ରୋମ ନାମକ ଏକ ସ୍ନାୟୁ ଜନୀତ ରୋଗରେ ପୀଡ଼ିତ ଅଛନ୍ତି। ନିମୋନିଆ ସହିତ ତାଙ୍କର ଫୁସଫୁସରେ ସଂକ୍ରମଣ ହୋଇଥିଲା ।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories