ବାସୁଦେବପୁର: ଚିଙ୍ଗୁଡ଼ି ପ୍ଲାଣ୍ଟରେ କାମ କରୁଥିବା ସମୟରେ ବିଦ୍ୟୁତ ଆଘାତରେ ଜଣେ ଶ୍ରମିକଙ୍କ ମୄତ୍ୟୁ ହୋଇଛି। ମୄତକ ହେଲେ ଗୋପବନ୍ଧୁନଗରର ରବିନ୍ଦ୍ର ରାଉତଙ୍କ ପୁଅ ଗୋବିନ୍ଦ। ବିନୋବାଭାବେନଗରଠାରେ ଥିବା ଏକ ଘରୋଇ ଚିଙ୍ଗୁଡ଼ି ପୋଖରୀରେ ସେ ଶ୍ରମିକ ଭାବରେ କାମ କରୁଥିଲେ। ଏହି ସମୟରେ ସେ ବିଦ୍ୟୁତ ସଂସ୍ପର୍ଶରେ ଆସି ଚେତାଶୂନ୍ୟ ହୋଇପଡ଼ିଥିଲେ। କିଛି ସମୟ ପରେ ପ୍ଲାଣ୍ଟରେ ଅନ୍ୟ ଜଣେ ଶ୍ରମିକ ପହଞ୍ଚିବା ପରେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ବାସୁଦେବପୁର ଡାକ୍ତରଖାନାକୁ ଆଣିଥିବାବେଳେ ଡାକ୍ତର ତାଙ୍କୁ ମୄତ ଘୋଷଣା କରିଥିଲେ।
Popular Categories



