www.samajalive.in
Monday, December 8, 2025
14.1 C
Bhubaneswar

ଜାପାନ ପାରା ବ୍ୟାଡ୍‌ମିଣ୍ଟନ: ପ୍ରମୋଦଙ୍କୁ ୩ ସ୍ବର୍ଣ୍ଣ

କଟକ: ପାରାଲିମ୍ପିକ୍‌ସ ସ୍ବର୍ଣ୍ଣ ପଦକ ବିଜେତା ଓଡ଼ିଆ ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ହୁଲିସ ଦାଇହାସ୍ତୁ ଜାପାନ ପାରା ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ୩ଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଟୋକିଓରେ ଏହି ପ୍ରତିଯୋଗିତାରେ ପ୍ରମୋଦ ପୁରୁଷ ଏକକ ଏସ୍‌ଏଲ-୩ର ଫାଇନାଲରେ ଜାପାନର ଦାଇସୁକୁ ଫୁଜିହାରାଙ୍କୁ ୧୭-୨୧, ୨୧-୧୯ ଓ ୨୧-୧୦ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ପୁରୁଷ ଯୁଗଳ ଏସ୍‌ଏଲ-୩ ଓ ଏସ୍‌ଏଲ-୪ ଫାଇନାଲରେ ପ୍ରମୋଦ ଭଗତ- ସୁକାନ୍ତ କାଦମ୍ବ ଯୋଡ଼ି ୨୧-୧୭,୧୮-୨୧ ଓ ୨୧-୧୬ରେ ଅନ୍ୟତମ ଭାରତୀୟ ଯୋଡ଼ି ନବୀନ ଶିବକୁମାର- ଜଗଦୀଶ ଦିଲ୍‌ ଯୋଡ଼ିଙ୍କୁ ପରାସ୍ତ କରି ସ୍ବର୍ଣ୍ଣପଦକ ଜିତିଛନ୍ତି। ମିଶ୍ରିତ ଯୁଗଳ ଏସ୍‌ଏଲ-୩ ଓ ଏସ୍‌ୟୁ-୫ ଫାଇନାଲରେ ପ୍ରମୋଦ ଭଗତ- ମନୀଷ​‌ା ରାମଦାସ ଯେ​‌ାଡ଼ି ୨୧-୧୯ ଓ ୨୧-୧୯ରେ ନୀତୀଶ କୁମାର -ତୁଳସୀମାଥି ମୁରୁଗାସେନ ଯୋଡ଼ିଙ୍କୁ ପରାସ୍ତକରି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହି ସଫଳତା ଲାଗି ପ୍ରମୋଦଙ୍କୁ ପାରା ସ୍ପୋର୍ଟସ ଆସୋସିଏସନ ଅଫ ଓଡ଼ିଶା ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories