www.samajalive.in
Friday, December 5, 2025
23.1 C
Bhubaneswar

ଆରଏସ୍‌ଏସ୍‌ର ଆଇନଗତ ବୈଧତା ରହିଛି: ଭାଗବତ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ବଂୟସେବକ ସଂଘ (ଆରଏସ୍‌ଏସ୍‌) ଏକ ପଞ୍ଜିକୃତ ସଂଗଠନ ନୁହେଁ। କାରଣ ଏହା ସରକାରଙ୍କ କୌଣସି ଆଇନ ଅନୁଯାୟୀ ପଞ୍ଜୀକରଣ ହୋଇ ନାହିଁ। ପଞ୍ଜୀକରଣ ହୋଇ ନଥିବା ସତ୍ତ୍ବେ ଏହାର ଆଇନଗତ ବୈଧତା ରହିଛି ବୋଲି ଆରଏସ୍‌ଏସ୍ ମୁଖ୍ୟ ମୋହନ ଭାଗବତ କହିଛନ୍ତି। ସଂଘର ପଞ୍ଜୀକରଣ ସ୍ଥିତିକୁ ନେଇ ହେଉଥିବା ସମାଲୋଚନା ଉପରେ ଉତ୍ତର ଦେଇ ଶ୍ରୀ ଭାଗବତ କହିଛନ୍ତି ଯେ ଆରଏସଏସ୍‌ ୧୯୨୫ରେ ପ୍ରତିଷ୍ଠା ହୋଇଥିଲା। ସେତେବେଳେ ଇଂରେଜମାନେ ଦେଶ ଶାସନ କରୁଥିଲେ। ଇଂରେଜ ସରକାର ବିରୋଧରେ ସଂଘ ଆନ୍ଦୋଳନ କରୁଥିଲା। ତେଣୁ ଇଂରେଜ ସରକାରଙ୍କ ଅଧୀନରେ ସଂଘକୁ ପଞ୍ଜୀକରଣ କରିବାର କୌଣସି ଯଥାର୍ଥତା ନଥିଲା।

ସେହିପରି ସ୍ବାଧୀନତା ପରେ ଭାରତ ସରକାର ଆରଏସଏସ୍‌ର ପଞ୍ଜୀକରଣକୁ ବାଧ୍ୟତାମୂଳକ କରି ନଥିଲେ। ଭାରତ ସରକାର ଏହି ସଂଗଠନକୁ ତିନି ଥର ନିଷିଦ୍ଧ (ବ୍ୟାନ୍‌) କରିଥିଲେ। ସଂଘ ଯଦି ନଥିଲା ତେବେ ସରକାର କାହାକୁ ବ୍ୟାନ କରିଥିଲେ ବୋଲି ଶ୍ରୀ ଭାଗବତ ପ୍ରଶ୍ନ କରିଛନ୍ତି। ଆଉ ପ୍ରତ୍ୟେକ ଥର କୋର୍ଟ ଏହି ନିଷେଧାଦେଶକୁ ଉଠାଇଛନ୍ତି। ତେଣୁ ଆରଏସ୍‌ଏସ୍‌ର ଆଇନଗତ ବୈଧତା ରହିଛି। ଏହା ଅସାମ୍ବିଧାନିକ ସଂଗଠନ ନୁହେଁ। ଆରଏସଏସ୍ ଏକ ବ୍ୟକ୍ତିବିଶେଷଙ୍କ ସଂଗଠନ ହୋଇଥିବାରୁ ​‌େ​‌ଦଶର ଆୟକର ବିଭାଗ ଏହାକୁ ଟିକସ ଛାଡ କରିଛନ୍ତି। ଶ୍ରୀ ଭାଗବତ କହିଛନ୍ତି ଦେଶରେ ଅନେକ ସଂଗଠନ ରହିଛି ଯାହାର ବିନା ପଞ୍ଜୀକରଣରେ ଆଇନଗତ ବୈଧତା ରହିଛି। ଯେପରି କି ହିନ୍ଦୁ ଧର୍ମ।

- Advertisement -

ଆରଏସଏସ୍‌ରେ ମୁସଲମାନ ଓ ଖ୍ରୀଷ୍ଟିୟାନମାନେ ଯୋଗ ଦେଇପାରିବେ କି ନାହିଁ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଶ୍ରୀ ଭାଗବତ କହିଥିଲେ ଯେ ସଂଘ ସବୁ ଧର୍ମର ଲୋକଙ୍କୁ ସ୍ବାଗତ କରିଥାଏ। ତେବେ ଜଣେ ମୁସଲମାନ ଓ ଖ୍ରୀଷ୍ଟିୟାନଙ୍କୁ ସଂଘ ସର୍ତ୍ତ ଭିତ୍ତିରେ ଗ୍ରହଣ କରିଥାଏ। ସର୍ତ୍ତ ହେଉଛି ସଂଘରେ ଯିଏ ସାମିଲ ହେବ ସିଏ ନିଜକୁ ଭାରତ ମାତାର ସନ୍ତାନ ଓ ଏକ ବୃହତ୍ତର ହିନ୍ଦୁ ସମାଜର ଅଂଶ​‌ ବୋଲି ବିବେଚନା କରିବାକୁ ହେବ। କାରଣ ଆରଏସଏସ୍‌ ଏହାର ସ୍ବୟଂସେବକଙ୍କୁ ଜାତି ଓ ଧର୍ମ ଆଧାରରେ ବିଭାଜନ କରି ନଥାଏ। ସଂଘରେ କିଏ କେଉଁ ଜାତିର କିମ୍ବା ଧର୍ମର ବୋଲି ପ୍ରଶ୍ନ ପଚରାଯାଇ ନଥାଏ। ଏଠାରେ ସମସ୍ତଙ୍କର ଗୋଟିଏ ଜାତି ଓ​‌ ଗୋଟିଏ ଧର୍ମ। ଆଉ ଏହି ଜାତି ଓ ଧର୍ମ ହେଉଛି ହିନ୍ଦୁ ସମାଜ। ଜଣେ ନିଜକୁ ବ୍ରାହ୍ମଣ ବୋଲି ପରିିଚୟ ଦେଇ ସଂଘରେ ସାମିଲ ହୋଇପାରିବ ନାହିଁ। ସେହିପରି ଜଣେ ନିଜକୁ ମୁସଲମାନ ବୋଲି ପରିଚୟ ଦେଇ ସଂଘରେ ସାମିଲ ହୋଇପାରିବ ନାହିଁ। ଆରଏସଏସ୍‌ର ପତାକାକୁ ନେଇ ଉଠୁଥିବା ପ୍ରଶ୍ନର ଉତ୍ତରରେ ଶ୍ରୀ ଭାଗବତ କହିଛନ୍ତି ଆରଏସଏସ୍‌ର ଗୈରିକ ପତାକା ହେଉଛି ଏହାର ଗୁରୁ। ସଂଘ ଗୈରିକ ପତାକାକୁ ନିଜର ଗୁରୁ ବୋଲି ସମ୍ମାନ ପ୍ରଦର୍ଶନ କରିଥାଏ। ଏହାସହିତ ସଂଘ ଦେଶର ଜାତୀୟ ପତାକାକୁ ସର୍ବୋଚ୍ଚ ସମ୍ମାନ ପ୍ରଦର୍ଶନ କରିଥାଏ।

Hot this week

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

Related Articles

Popular Categories