www.samajalive.in
Friday, December 5, 2025
27.1 C
Bhubaneswar

ଆଇସିସି ପିସିବି ମଧ୍ୟରେ ଆଲୋଚନା, ଟିମ୍ ଇଣ୍ଡିଆକୁ କେବେ ମିଳିବ ଏସିଆ କପ୍ ଟ୍ରଫି

ସମାଜ ନ୍ୟୁଜ ଡେସ୍କ- ଏସିଆ କପ ୨୦୨୫ରେ ଭାରତୀୟ କ୍ରିକେଟ ଟିମ ଚାମ୍ପିୟନ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଟ୍ରଫି ପାଇପାରି ନାହାନ୍ତି । ଆଇସିସି ବୈଠକରେ ବିସିସିଆଇ ଓ ପିସିବି ମଧ୍ୟରେ ଉପୁଜିଥିବା ବିବାଦର ସମଧାନ ସୂତ୍ର ବାହାରିଛି ବୋଲି ଭାରତୀୟ ବୋର୍ଡର ସେକ୍ରେଟାରୀ ଦେବିଜତ ସାଇକିଆ କହିଛନ୍ତି । ଏସିଆ କପ ଫାଇନାଲରେ ଭାରତୀୟ ଟିମ ପିସିବି ଚେୟାରମ୍ୟାନ ତଥା ଏସିସି ଅଧ୍ୟକ୍ଷ ମୋହସୀନ ନକଭିଙ୍କ ନିକଟରୁ ଟ୍ରଫି ନେବା ପାଇଁ ମନା କରି ଦେଇଥିଲେ । ଏହା ପରେ ନକଭି ଟ୍ରଫି ନେଇ ପଳାଇ ଆସିଥିଲେ ।

 

- Advertisement -

ନଭେମ୍ବର ୧୦ରେ ଦୁବାଇରେ ଆୟୋଜିତ ଏକ ସମାରୋହରେ ଟ୍ରଫି ନେବା ପାଇଁ ମୋହସୀନ ନକଭୀ ବିସିସିଆଇକୁ ପ୍ରସ୍ତାବ ଦେଇଥିଲେ । ବିସିସିଆଇ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା । ଏହା ପରେ ବିସିସିଆଇ ଆଇସିସି ବୋର୍ଡ ବୈଠକରେ ଏହି କଥା ଉଠାଇଥିଲା । ଆଇସିସିର ହସ୍ତକ୍ଷେପ ପରେ ଏହି ବିବାଦର ସମାଧାନ ହୋଇଯିବ ବୋଲି ଆଶା କରାଯାଉଛି । ଏସିଆ କପରେ ଭାରତ ଗ୍ରୁପ ପର୍ଯ୍ୟାୟ, ସୁପର ଫୋର ଓ ଫାଇନାଲରେ ପାକିସ୍ତାନକୁ ହରାଇଥିଲା । ଟସ ପରେ ମଧ୍ୟ ଭାରତୀୟ ଟିମ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ହାତ ମିଳାଇବାକୁ ମନା କରିଥିଲେ ।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories