www.samajalive.in
Friday, December 5, 2025
23.1 C
Bhubaneswar

ସୀମା ବିବାଦରୁ ପୁଣି ଲାଗିଲା ୧୬୩ ଧାରା

ଖୋର୍ଦ୍ଧା: ସୀମା ବିବାଦକୁ ନେଇ ଦୁଇ ଗାଁ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଫଳରେ ଆଜି ପୁଣି ଥରେ ଗାଁରେ ୧୬୩ ଧାରା ଲାଗୁ ହୋଇଛି । ଖୋର୍ଦ୍ଧା ଜିଲା ବାଘମାରୀ ଥାନାର ଓସ୍ତପୁର-କୋଟପଲା ଗାଁରେ ୧୬୩ ଧାରା ଲାଗୁ କରିଛି ପ୍ରଶାସନ । ବୁଧବାର ସୀମା ବିବାଦକୁ ନେଇ ଦୁଇ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ । ଦୁଇ ଗାଁ ମଧ୍ୟରେ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା । ବିବାଦୀୟ ସ୍ଥାନରେ ପ୍ରାୟ ୧୦ଦୋକାନକୁ ଦୁର୍ବୃତ୍ତ ଜାଳି ଦେବା ସହ କେତେକ ଦୋକାନରୁ ଲୁଟପାଟ କରିଥିଲେ । ଦୀର୍ଘ ସମୟ ଧରି ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ଢେଲା, ପଥର, କାଚ ଓ ବୋତଲ ମାଡରେ ରାସ୍ତା ରଣକ୍ଷେତ୍ର ପାଲଟିଥିଲା ।

ସୂଚନା ପାଇ ଖୋର୍ଦ୍ଧା ଏସପିଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଆଜି ପୁଣି ଉତ୍ତେଜନା ଦେଖା ଦେବା ପରେ ୧୬୩ ଧାରା ଲାଗୁ କରାଯାଇଛି । ସୁରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି । ଗାଁ ନାମ ଫଳକ ଲାଗିବାକୁ ନେଇ ଏପରି ବିବାଦ ବର୍ଷ ବର୍ଷ ଧରି ଲାଗି ରହିଛି । ରାସ୍ତାର ଦୁଇ ପାଶ୍ୱର୍ରେ ଉଭୟ ଗାଁ ରହିଥିଲେ ମଧ୍ୟ ଗାଁର ନାମ ଫଳକ ଲାଗିବାକୁ ନେଇ ବିବାଦ ଦେଖାଦେଇଛି ।

- Advertisement -

 

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories