ବ୍ରହ୍ମପୁର : ବହୁଚର୍ଚ୍ଚିତ ବିଜେପି ନେତା ତଥା ଆଇନ୍ଜୀବି ପିତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣାର କ୍ରାଇମ୍ ସିନ୍ ରିକ୍ରିଏସନ୍ କଲେ ହତ୍ୟାକାରି । ପୁଲିସ୍ର କଡ଼ା ସୁରକ୍ଷା ଭିତରେ କ୍ରାଇମ୍ ସିନ୍ର ରିକ୍ରିଏସନ୍ କରାଯାଇଛି । ହତ୍ୟାକାଣ୍ଡ ଘଟିଥିବା ସ୍ଥାନ ବ୍ରହ୍ମପୁର ସହରର ବୈକୁଣ୍ଠଡ଼ଗର ଅଞ୍ଚଳରେ ପୁଲିସ୍ ସାର୍ପ ସୁଟର କୁରୁପତି ଓ ବାଇକ୍ ଚାଳକ ଚିଣ୍ଟୁକୁ ନେଇ ସିନ୍ ରିକ୍ରିଏସନ୍ କରାଇଛି । ଉଭୟ ହତ୍ୟାକାଣ୍ଡ ସମୟର ସଂପୂର୍ଣ୍ଣ ଦୃଶ୍ୟ ଦେଖାଇଛନ୍ତି । କେମିତି ଆସି ପଏଣ୍ଟ ବ୍ଳାଙ୍କରୁ ଗୁଳିକରି ଖସିଗଲେ ତାହାର ଡେମୋ ଦେଖାଇଛନ୍ତି । ଉଭୟ କୁରୁପତି ଓ ଚିଣ୍ଟୁ ମୁଖ୍ୟ ଆସାମୀ ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସଙ୍କ ଠାରୁ ସୁପାରି ନେଇ ହତ୍ୟା କରିଥିବା ପୂର୍ବରୁ ସ୍ପଷ୍ଟ କରିଥିଲେ ବ୍ରହ୍ମପୁର ଏସପି ଶ୍ରବଣାବିବେକ ଏମ୍ ।



