www.samajalive.in
Friday, December 5, 2025
23.1 C
Bhubaneswar

ବଢିଲାଣି ଶୀତ: କୋରାପୁଟ ସବୁଠୁ ଥଣ୍ଡା

ଭୁବନେଶ୍: ରାଜ୍ୟର ବିଭିନ୍ନ ଜିଲାରେ ଶୀତର ମାତ୍ରା ସାମାନ୍ୟ ବୃଦ୍ଧି ପାଇଛି। ଆଗାମୀ କିଛି ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ସମ୍ଭାବନା ନଥିବାରୁ ଥଣ୍ଡା ବୃଦ୍ଧି ପାଇବ ବୋଲି କୁହାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ସୂଚନା‌ ଅନୁସାରେ ଅଧିକାଂଶ ଜିଲାରେ ସର୍ବନିମ୍ନ ତାପମାତ୍ରା ୧୯ରୁ ୨୨ ଡିଗ୍ରୀ ସେଲସିୟସ୍ ମଧ୍ୟରେ ସୀମିତ ରହିଛି। କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇ ଥିବାବେଳେ ଦାରିଙ୍ଗିବାଡ଼ିରେ ୧୮, ଫୁଲବାଣୀରେ ୧୮.୫, ଝାରସୁଗୁଡ଼ା, ଭଦ୍ରକ ଓ ଅନୁଗୁଳରେ ୧୯, କେନ୍ଦୁଝରରେ ୨୦, ପାରଳାଖେମୁଣ୍ଡି, କେନ୍ଦ୍ରାପଡ଼ା ଯାଜପୁର ଓ ରାଉରକେଲାରେ ୨୧ ଡିଗ୍ରୀ ରେକର୍ଡ କରାଯାଇଛି। ପାଗ ଶୁଖିଲା ଥିବାରୁ ଆଉ କିଛି ଦିନ ମଧ୍ୟରେ ପାରଦ ଆହୁରି ତଳକୁ ଆସିବା ସଙ୍କେତ ମିଳିଛି।

 

Hot this week

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

Related Articles

Popular Categories