www.samajalive.in
Friday, December 5, 2025
23.1 C
Bhubaneswar

ଫସଲ ଖାଇବାରୁ ହାତୀକୁ ହତ୍ୟା

ଭଞ୍ଜନଗର: ଧାନ ଫସଲ ରକ୍ଷା କରିବାକୁ ଯାଇ ହାତୀକୁ ଗୁଳି ମାରି ହତ୍ୟା କରାଯାଇଛି। ଗୁଳି ମାରିଥିବା ବ୍ୟକ୍ତିକୁ ଜଙ୍ଗଲ କର୍ମଚାରୀମାନେ ଗିରଫ କରାଯାଇଛି। ଅଭିଯୁକ୍ତ ନିକଟରୁ ୩ଟି ଦେଶୀ ବନ୍ଧୁକ, ୨୫ ଜୀବନ୍ତ ଗୁଳି, ୨୫ ସିସା, ୨ ବୋତଲ ବାରୁଦ, ୨ ବୋତଲ ବିଷାକ୍ତ ଦ୍ରବ୍ୟ, ଗୋଟିଏ ମୁଣ୍ଡ ଲାଇଟ୍, ମୋବାଇଲ ଫୋନ ଓ ଗୋଟିଏ ବକ୍ସ ଜବତ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ସୂଚନା ଦେଇଛନ୍ତି।

ଗତ ଦୁଇଦିନ ତଳେ ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ବନାଞ୍ଚଳର ବାଇବାଲି ଜଙ୍ଗଲରେ ଏକ ଦନ୍ତାହାତୀକୁ ମୃତ ଅବସ୍ଥାରେ ଠାବ କରାଯାଇଥିଲା। ବନଖଣ୍ଡ ଅଧିକାରୀଙ୍କ ନେତୃତ୍ୱରେ ବିଭାଗୀୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ହାତୀକୁ ବାଣିଆପଲ୍ଲୀ ଗ୍ରାମର ଉମାକାନ୍ତ ପ୍ରଧାନ ଗୁଳି କରି ହତ୍ୟା କରିଥିବା ତଦନ୍ତରୁ ଜଣାପଡ଼ିଥିଲା। ବାଇବାଲି ଜଙ୍ଗଲ ମଧ୍ୟରେ ଉମାକାନ୍ତର ୨ଟି ଧାନ କ୍ଷେତ ରହିଛି। ଗୁରୁବାର ଦୁଇଟି ହାତୀ ତାର ଧାନ କ୍ଷେତକୁ ଫସଲ ଖାଇବାକୁ ଆସିଥିଲେ। ଏହି ସମୟରେ ଧାନ ଫସଲ ଜଗିଥିବା ଉମାକାନ୍ତ ହାତୀ ଘଉଡ଼ାଇବା ପାଇଁ ପ୍ରଥମେ ଆତସବାଜି ଫୁଟାଇବା ସହ ଶବ୍ଦ କରୁଥିବା ଆତସବାଜି ହାତୀ ଉପରକୁ ଫିଙ୍ଗିଥିଲା। କିନ୍ତୁ ହାତୀ ଧାନ କ୍ଷେତରୁ ହଟିବା ପରିବର୍ତ୍ତେ ପ୍ରବଳ ଗର୍ଜନ କରିଥିଲା। ଉମାକାନ୍ତ ଧରିଥିବା ଦେଶୀ ବନ୍ଧୁକରୁ ହାତୀ ଉପରକୁ ଗୁଳି ଚଳାଇଥିଲା। ଗୋଟିଏ ଗୁଳି ହାତୀର ସମ୍ମୁଖ ଗୋଡର ବାମ ପାର୍ଶ୍ୱରେ ଓ ଅନ୍ୟ ଏକ ଗୁଳି ହାତୀର ଛାତିରେ ବାଜିଥିଲା ବୋଲି ଡିଏଫଓ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

- Advertisement -

ଗିରଫ ଉମାକାନ୍ତ ପୂର୍ବରୁ ବାରହା, ସମ୍ବର, ହରିଣ ଆଦି ଜନ୍ତୁ ଶିକାର କରି ଆସୁଥିବା ତଦନ୍ତ ବେଳେ ଜଣାପଡ଼ିଛି। ହାତୀକୁ ଶିକାର କରିବା ପରେ ଉମାକାନ୍ତ ବନ୍ଧୁକ ସହ ଅନ୍ୟାନ୍ୟ ସାମଗ୍ରୀ ସେହି ଜଙ୍ଗଲର ଏକ ଗଛମୂଳେ ଲୁଚାଇ ରଖିଥିଲା। ବିଭାଗୀୟ କର୍ମଚାରୀମାନେ ତଦନ୍ତ କରି ମାରଣାସ୍ତ୍ର ଜବତ କରିବା ସହ ଉମାକାନ୍ତକୁ ଗିରଫ କରି ମୁଜାଗଡ଼ ବନାଞ୍ଚଳ କାର୍ଯ୍ୟାଳୟକୁ ନେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବନାଞ୍ଚଳ ଅଧିକାରୀ ବିମ୍ବାଧର ସାହୁ, ସହ-ବନ ସଂରକ୍ଷକ ବିବେକ ଦାସ, ବିମଳ ପ୍ରଧାନ, ବନପାଳ ବୁବୁଲ୍ ସେଠୀ ଓ ଟୁନା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

 

 

Hot this week

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

Related Articles

Popular Categories