www.samajalive.in
Thursday, December 11, 2025
16.1 C
Bhubaneswar

ଭାରତ ବିରୋଧରେ ଟ୍ରମ୍ପ କଠୋର; ଆମେରିକା ବଜାରରେ ଭାରତୀୟ ଉତ୍ପାଦ ପ୍ରବେଶ ଉପରେ ଲାଗିବ କଟକଣା

ୱାଶିଂଟନ: ଧୀରେ ଧୀରେ ଭାରତ ବିରୋଧରେ କଠୋର ହେଉଛି ଆମେରିକା। ପୂର୍ବରୁ ବିନା ଶୁଳ୍କରେ ଭାରତ ନିଜର ସାମଗ୍ରୀ ଆମେରିକାକୁ ରପ୍ତାନୀ କରିପାରୁଥିଲାବେଳେ ଏଣିକି ଟ୍ରମ୍ପ ପ୍ରଶାସନ ଏହା ଉପରେ କଟକଣା ଲଗାଇବ। ଭାରତ ନିଜ ଉତ୍ପାଦ ଆମେରିକା ବଜାରରେ ପ୍ରବେଶ କରିବାକୁ ହେଲେ ଶୁଳ୍କ ଦେବାକୁ ପଡ଼ିବ। ଏଭଳି ନିଷ୍ପତ୍ତି ନେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି ପରିପ୍ରେକ୍ଷୀରେ ସେ ଭାରତ ସହ ରହିଥିବା ଅଧିମାନ୍ୟ ବାଣିଜ୍ୟ ଚୁକ୍ତି(ପ୍ରିଫରେନ୍ସିଆଲ ଟ୍ରେଡ ଟ୍ରିଟମେଣ୍ଟ)କୁ ଶେଷ କରିବାକୁ ଯୋଜନା କରିଛନ୍ତି। ଆମେରିକାର ବାଣିଜ୍ୟ ପ୍ରତିନିଧି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ବାଣିଜ୍ୟକୁ ସହଜ କରିବା ଲାଗି ରହିଥିବା ଅଧିମାନ ବ୍ୟବସ୍ଥା(ଜିଏସପି)ରୁ ଆମେରିକା ଖୁବଶୀଘ୍ର ଭାରତକୁ ହଟାଇବ। ଆମେରିକା କଂଗ୍ରେସ ଏବଂ ଭାରତ ସରକାରଙ୍କୁ ଏ ସମ୍ପର୍କରେ ନୋଟିସ ଜାରି କରାଯିବାର ୬୦ ଦିନ ପରେ ନିଷ୍ପତ୍ତି କାର୍ଯ୍ୟକାରୀ ହେବ।

ସୂଚନାଯୋଗ୍ୟ, ଗତ ସପ୍ତାହରେ ଟ୍ରମ୍ପ ଭାରତୀୟ ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ବସାଇବାକୁ ଘୋଷଣା କରିଥିଲେ। ପୁଣି ସେ ସୋମବାର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଥିଲେ ଯେ, ଭାରତ ସହିତ ରହିଥିବା ଅଧିମାନ୍ୟ ବାଣିଜ୍ୟ ଚୁକ୍ତିକୁ ଶେଷ କରିବାକୁ ସେ ସ୍ଥିର କରିଛନ୍ତି। ଚୁକ୍ତି ଅନୁସାରେ ପ୍ରତିବର୍ଷ ୫.୬ ଶହ କୋଟି ଡଲାରର ସାମଗ୍ରୀ ବିନା ଶୁଳ୍କରେ ଭାରତ ଆମେରିକାକୁ ରପ୍ତାନୀ କରିପାରୁଥିଲା। କିନ୍ତୁ ଟ୍ରମ୍ପଙ୍କ ନୂଆ ନିଷ୍ପତ୍ତି ପରେ ତାହା ବନ୍ଦ ହୋଇଯିବ। ଟ୍ରମ୍ପ କହିଛନ୍ତି ଯେ, ଭାରତୀୟ ବଜାରରେ ଆମେରିକାର ଉତ୍ପାଦ ପ୍ରବେଶ କରିବା ଦିଗରେ ଭାରତ ନେଉଥିବା ପଦକ୍ଷେପ ନ୍ୟାୟସଙ୍ଗତ ଏବଂ ଉଚିତ ନୁହେଁ। ତେଣୁ ଆମେରିକା ଭାରତ ବିରୋଧରେ ଅନୁରୂପ ପଦକ୍ଷେପ ନେବ।

- Advertisement -

ଆମେରିକାରେ ବାଣିଜ୍ୟକୁ ସହଜ କରିବା ଲାଗି ରହିଥିବା ଅଧିମାନ ବ୍ୟବସ୍ଥାରୁ ଭାରତ ସର୍ବାଧିକ ଲାଭ ହାସଲ କରୁଥିବା ଦେଶ। କିନ୍ତୁ ଏଥିରୁ ଭାରତକୁ ହଟାଯିବା ପରେ ଏହା ଭାରତ ବିରୋଧରେ ଟ୍ରମ୍ପଙ୍କର ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ ହେବ।

ସୂଚନାଯୋଗ୍ୟ, ଭାରତ ଅନଲାଇନ କାରବାର ଉପରେ ନୂଆ ନିୟମ ପ୍ରଣୟନ କରିବା ସହ ଆମାଜନ, ୱାଲମାର୍ଟ ଭଳି ଆମେରିକୀୟ ସଂସ୍ଥା ଉପରେ କେତେକ କଟକଣା ଲଗାଇବା ପରେ ଆମେରିକା ସହ ଏହାର ବାଣିଜ୍ୟ ଚୁକ୍ତି ଦୁର୍ବଳ ହେବାରେ ଲାଗିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories