www.samajalive.in
Friday, December 5, 2025
27.1 C
Bhubaneswar

ନିଶା ନେଲା ବାପା, ପୁଅଙ୍କ ଜୀବନ

ବୃନ୍ଦାବନ: ନିଶା କେବଳ ମଣିଷର ଜୀବନ ନିଏନାହିଁ । ନିମିଷକ ମଧ୍ୟରେ ଗୋଟିଏ ପରିବାରକୁ ବରବାଦ କରିଦିଏ। ଏଭଳି ଏକ ଲୋମ ହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ବୃନ୍ଦାବନରେ। ଘରୋଇ କଳହକୁ କେନ୍ଦ୍ର କରି ଜଣେ ପୁଅ ନିଜ ବାପାକୁ ହତ୍ୟା କରିଛି। ଅଭିଯୁକ୍ତ ଜଣକ ନରେଶ ବୋଲି ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ, ନରେଶ ନିଜ ଘରେ ମଦ୍ୟପାନ କରୁଥିଲେ। ଏହା ଦେଖି ତାଙ୍କ ବାପା ଏହାକୁ ବିରୋଧ କରିଥିଲେ। ଏବଂ ଉଭୟଙ୍କ ମଧ୍ୟରେ ମଦ୍ୟପାନକୁ ନେଇ ଯୁକ୍ତିତର୍କ ହୋଇଥିଲା। ପରେ ଏହି ଝଗଡା ଏତେ ଉଗ୍ରରୂପ ନେଇଥିଲା ଯେ ପୁଅ ବାପାକୁ ଗୁଳି କରି ହତ୍ୟା କରିବାକୁ ବି ପଛାଇ ନଥିଲା। ପରେ ପୁଅ ନିଜକୁ ନିଜେ ମଧ୍ୟ ଗୁଳି କରିଛି।

ପୁଲିସର କହିବାନୁଯାୟୀ ନରେଶ ଅଗ୍ରଓ୍ବାଲଙ୍କ ବାପା ସୁରେଶ ଚନ୍ଦ୍ର ଅଗ୍ରଓ୍ବାଲ(୭୭) ଦିନେଶ-୫୫୫ ବିଡ଼ି ବ୍ରାଣ୍ଡର ମାଲିକ । ନରେଶ ଏକ ଲାଇସେନ୍ସପ୍ରାପ୍ତ ବନ୍ଧୁକ ବ୍ୟବହାର କରି ତାଙ୍କ ବାପାଙ୍କୁ ଗୁଳି କରିଥିଲା। ପରେ ଘର ଥିବା ମନ୍ଦିରରେ ନିଜକୁ ଗୁଳି କରିଥିଲା। ତେବେ ପୁଲିସ୍‌ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories