www.samajalive.in
Friday, December 5, 2025
23.1 C
Bhubaneswar

ଶଙ୍କର-ମୁନ୍ନାଙ୍କୁ ମୁହାଁମୁହିଁ ଜେରା: ଶଙ୍କରର ପାର୍ସପୋର୍ଟ,ଫର୍ଚୁନର ଜବତ

କଟକ : ଓଡିଶାରେ ପହଞ୍ଚିଛି ପୁଲିସ୍‌ ଏସ୍‌ଆଇ ସ୍କାମ୍‌ର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି। ବିମାନରେ ନୂଆଦିଲ୍ଲୀରୁ ଭୁବନେଶ୍ଵରକୁ ଆଣି ସିଧାସଳଖ କଟକ କ୍ରାଇମବ୍ରାଞ୍ଚ ହେଡ୍ ଅଫିସକୁ ନେଇଥିଲା। ସେଠାରେ ଶଙ୍କର ପୃଷ୍ଟି ଓ ମୁନ୍ନା ମହାନ୍ତିଙ୍କୁ ମୁହାଁମୁହିଁ ଜେରା କରାଯାଇଛି। କ୍ରାଇମବ୍ରାଞ୍ଚ ମୁନ୍ନାକୁ ୫ ଦିନିଆ ରିମାଣ୍ଡରେ ଆଣି ସାରିଛି। ସେପଟେ କ୍ରାଇମବ୍ରାଞ୍ଚ ଶଙ୍କର ପୃଷ୍ଟିର ଗିରଫଦାରୀ ନେଇ ପ୍ରେସ୍‌ ରିଲିଜ୍ ଦେଇଛି। ଶଙ୍କରଠାରୁ ଗୋଟିଏ ଫର୍ଚୁନର , ଦୁଇଟି ଆଇଫୋନ୍ ଏବଂ ପାସପୋର୍ଟ ଜବତ କରାଯାଇଛି। ଗଞ୍ଜାମ ଜଗନ୍ନାଥପୁର ଜଙ୍କସନ୍‌ ଏସ୍‌ବିଆଇ ରୋଡ୍ ଡିଫେନ୍ସ କଲୋନୀର ବାସିନ୍ଦା ହେଉଛନ୍ତି ଶଙ୍କର। ପଞ୍ଚସଫ୍ଟ ଟେକ୍ନୋଲୋଜି ପ୍ରା.ଲି.ର ଡାଇରେକ୍ଟର ଭାବେ ସେ କାର୍ଯ୍ୟ କରୁଥିଲେ। ଭୁବନେଶ୍ଵର ପଟିଆରେ ଅଫିସ କରି ସେ ନେଟଓ୍ବକର୍ର୍ ଚଳାଇ ଆସିଥିଲା। ମୁନ୍ନା ମହାନ୍ତି, ଶ୍ରୀକାନ୍ତ ମହାରଣା ଏବଂ ଅରବିନ୍ଦ ଦାସ, ଟି. ଅଭିମନ୍ୟୁ ଦୋରା ଏବଂ ପ୍ରିୟଦର୍ଶିନୀ ସାମଲ ଶଙ୍କରର ସହଯୋଗୀ ଥିଲେ।

Hot this week

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

Related Articles

Popular Categories