www.samajalive.in
Monday, December 8, 2025
24.1 C
Bhubaneswar

ବିହାର ନିର୍ବାଚନ : ୩୪୮ ପର୍ଯ୍ୟବେକ୍ଷକଙ୍କ ସହ ବୈଠକ

ବିହାର :ବିହାର ବିଧାନସଭା ନିର୍ବାଚନ ପାଇଁ ନିୟୋଜିତ ୩୪୮ ପର୍ଯ୍ୟବେକ୍ଷକଙ୍କ ସହିତ ଏକ ଉଚ୍ଚସ୍ତରୀୟ ଆଭାସୀ ବୈଠକ କରିଥିଲେ ଭାରତ ନିର୍ବାଚନ ଆୟୋଗ । ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ଜ୍ଞାନେଶ କୁମାର, ନିର୍ବାଚନ ଆୟୁକ୍ତ ଡକ୍ଟର ସୁଖବୀର ସିଂହ ସାନ୍ଧୁ ଏବଂ ଡକ୍ଟର ବିବେକ ଜୋଶୀଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଭୋଟର ସୁବିଧା ପାଇଁ ଜାରି ହୋଇଥିବା ନିର୍ଦ୍ଦେଶାବଳୀକୁ ସଠିକ ଢଙ୍ଗରେ ଅନୁପାଳନ କରି ମତଦାନ ଦିନ ଭୋଟରମାନଙ୍କ ପାଇଁ କିପରି ସକରାତ୍ମକ ଅନୁଭବ ଆଣିବା ସହ ନିର୍ବାଚନର ସମସ୍ତ ବ୍ୟବସ୍ଥା ଓ ଆୟୋଜନ ଭୋଟରମାନଙ୍କ ପାଇଁ ଏକ ଉତ୍ସବମୁଖୀ ପରିବେଶ ସୃଷ୍ଟି କରିବ ଏବଂ ବିପୁଳ ସଂଖ୍ୟାରେ ମତଦାନରେ ଅଂଶ ଗ୍ରହଣ କରିବାକୁ ଉତ୍ସାହିତ କରିବ ତାହା ସୁନିଶ୍ଚିତ କରିବା ପାଇଁ ଆୟୋଗ ପର୍ଯ୍ୟବେକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି ।
ସ୍ଵଚ୍ଚତାର ସହ ନିର୍ବାଚନ ପାଳନ ପାଇଁ ଆଦର୍ଶ ଆଚରଣ ବିଧିର ଅନୁପାଳନ, ସୀମା ଚେକ୍ପୋଷ୍ଟରେ ନିୟମିତ ଯାଞ୍ଚ, ଭୁଲ ଓ ଭ୍ରାନ୍ତ ଖବର ପ୍ରଚାରପ୍ରସାରକୁ ରୋକିବା ସହ ସଠିକ ସୂଚନାର ପ୍ରସାରଣ, ଅସୁରକ୍ଷିତ ଏବଂ ଗୁରୁତ୍ୱ ବହନ କରୁଥିବା ମତଦାନ କେନ୍ଦ୍ର ଗୁଡିକର ଚିହ୍ନଟ କରିବା ସହିତ ସୁରକ୍ଷା ସୁନିଶ୍ଚିତ ପାଇଁ ବିହିତ ପଦକ୍ଷେପ, ୧୯୫୦ ଟୋଲ୍-ଫ୍ରି ନମ୍ବର ଦ୍ୱାରା ଆଗତ ଅଭିଯୋଗଗୁଡିକର ସମାଧାନ, c-VIGIL ଜରିଆରେ ଆସୁଥିବା ଅଭିଯୋଗର ସୁପରିଚାଳନା, ଇ.ଭି.ଏମ୍ ଷ୍ଟ୍ରଙ୍ଗ ରୁମର ଆନୁସାଙ୍ଗିକ ବ୍ୟବସ୍ଥା ଆଦି ସମସ୍ତ ବିଷୟରେ ଆୟୋଗ ସମୀକ୍ଷା କରିଥିଲେ । ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଲାଇସେନ୍ସପ୍ରାପ୍ତ ଅସ୍ତ୍ରଶସ୍ତ୍ରର ଜମା ଏବଂ ଅବୈଧ ଅସ୍ତ୍ରଶସ୍ତ୍ର ଜବତ ସୁନିଶ୍ଚିତ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ମତଦାତାଙ୍କ ସୁବିଧା ପାଇଁ ଆୟୋଗ ନେଇଥିବା ସଦ୍ୟତମ ପଦକ୍ଷେପ ଯଥା ମୋବାଇଲ୍ ଫୋନ୍ ଜମା ସୁବିଧା, ନୂତନ ଭାବରେ ଡିଜାଇନ୍ କରାଯାଇଥିବା ଭୋଟର ସୂଚନା ସ୍ଲିପ୍ ,(VIS), ଇ.ସି.ଆଇ.ନେଟ ଆପ୍ ଏବଂ ଏହା ଦ୍ୱାରା ପ୍ରାପ୍ତ ବିଭିନ୍ନ ଜନାଦୃତ ସେବା ସୁବିଧା, ପୋଲିଂ ଷ୍ଟେସନଗୁଡ଼ିକର ୧୦୦% ୱେବକାଷ୍ଟିଂ ଏବଂ ଆନୁମାନିକ ଭୋଟର ମତଦାନର ୨ ଘଣ୍ଟା ବ୍ୟବଧାନରେ ପ୍ରଦତ୍ତ ରିପୋର୍ଟ ସୁନିଶ୍ଚିତ କରିବା ଇତ୍ୟାଦି ସମସ୍ତ ବିଷୟରେ ଆୟୁକ୍ତ ସମୀକ୍ଷା କରିଥିଲେ ।
ସୂଚନା ଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୨୧ ଜଣ ସାଧାରଣ ପର୍ଯ୍ୟବେକ୍ଷକ, ୧୮ ଜଣ ପୁଲିସ ପର୍ଯ୍ୟବେକ୍ଷକ ଓ ୩୩ ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଏବଂ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୨୨ ଜଣ ସାଧାରଣ ପର୍ଯ୍ୟବେକ୍ଷକ, ୨୦ ଜଣ ପୁଲିସ ପର୍ଯ୍ୟବେକ୍ଷକ, ଏବଂ ୩୪ ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories