www.samajalive.in
Friday, December 5, 2025
23.1 C
Bhubaneswar

ତିନି ଯୁବତୀ ମୃତଦେହ ବୋହିନେବା ଘଟଣା: ସହାୟତା କରିଥିବା ୨ ପରିବାରକୁ କଙ୍ଗାରୁ କୋର୍ଟରେ ବାସନ୍ଦ

ଲାଞ୍ଜିଗଡ଼: ସାମାଜିକ ବାସନ୍ଦ ଭୟରେ ମୃତଦେହକୁ ନ ଛୁଇଁବା ଓ ପରେ ବାଧ୍ୟ ହୋଇ ଜଣେ ନାବାଳିକାଙ୍କ ସମେତ ତିନି ଜଣ ସମ୍ପର୍କୀୟ ଯୁବତୀ ଶବ ବୋହିନେବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଲାଞ୍ଜିଗଡ଼ ସହରର ପ୍ରଧାନୀପଡ଼ାରେ ଘଟିଥିବା ଏହି ଲଜ୍ଜାଜନକ ଘଟଣା ସମସ୍ତ ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେଇଛି। ଅଞ୍ଚଳବାସୀଙ୍କ ମଣିଷପଣିଆ ଓ ମାନବିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଏହି ଘଟଣାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହେଉଥିବାବେଳେ ନିଜକୁ ସମାଜର ଦଇବ ବିଧାତା ବୋଲାଉଥିବା ଲୋକେ ଏହି ଘଟଣାରେ କଟା ଘାଆରେ ଚୂନ ବୋଳିଛନ୍ତି। ଏପରିକି ଲାଞ୍ଜିଗଡ଼ର ମୃତକ ମହେନ୍ଦ୍ର ଦଳେଇଙ୍କ ଶବ ସତ୍କାରରେ ସାମିଲ ହୋଇଥିବା ତାଙ୍କ ସମ୍ପର୍କୀୟ ଭାଇ ପୂର୍ଣ୍ଣଚନ୍ଦ୍ର ଦଳେଇ ଓ ଅନ୍ୟ ଏକ ପରିବାରକୁ କଙ୍ଗାରୁ କୋର୍ଟରେ ଦଣ୍ଡିତ କରିଛନ୍ତି। ସମାଜରୁ ନିଆଁପାଣି ବାସନ୍ଦ କରିବା ସହିତ ଗାଁ ଛାଡ଼ି ଚାଲିଯିବାକୁ ଖୋଲାଖୋଲି ଧମକ ଦେଇଛନ୍ତି।

ଏହି ଅଭାବନୀୟ ଘଟଣା ସମ୍ପର୍କରେ ଖବର ପ୍ରକାଶ ପରେ ଗୁରୁବାର ସନ୍ଧ୍ୟାରେ କିଛି ଲୋକେ ଏକ ବୈଠକ ବସାଇ ଏକତରଫା ଭାବେ ସେମାନଙ୍କୁ ସମାଜରୁ ବାସନ୍ଦ କରିବା ସହିତ ତାଙ୍କ ପରିବାରକୁ ଗାଁ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିବା ପୂର୍ଣ୍ଣଚନ୍ଦ୍ର ଦଳେଇ ଓ ଲିଙ୍ଗରାଜ ଦଳେଇ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଅପରପକ୍ଷରେ ଏହି ଘଟଣାକୁ ପ୍ରଶାସନ ଗୁରୁତ୍ୱର ସହିତ ନେଇଛି। ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ ଯୁବତୀମାନଙ୍କ ସାହସକୁ ପ୍ରଶଂସା କରିବା ସହିତ ଏହି ଦୁଃଖଦ ଘଟଣାର ଯେପରି ପୁନରାବୃତ୍ତି ନ ହେବ ସେ ଦିଗରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ସଚେତନ କରାଯିବ ବୋଲି ସେ କହିଛନ୍ତି। ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଲାଞ୍ଜିଗଡ଼ ପୁଲିସ ମୃତକଙ୍କ ଘରକୁ ଯାଇ ସରଜମିନ ତଦନ୍ତ କରିଛି। ସେହିପରି ଲାଞ୍ଜିଗଡ଼ ସରପଞ୍ଚ ସରସ୍ବତୀ ମୁଣ୍ଡା ସହାୟତାର ହାତ ବଢାଇବା ସହିତ ମୃତକଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥରାଶି ପ୍ରଦାନ କରିଛନ୍ତି। ବସନ୍ତପଡ଼ା ସରପଞ୍ଚ ତଥା ଯୁବନେତା ଚାଞ୍ଚେର ମାଝୀ ମଧ୍ୟ ମୃତକଙ୍କ ପରିବାରବର୍ଗଙ୍କୁ ଆର୍ଥିକ ସାହାଯ୍ୟ କରିଛନ୍ତି।

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories