www.samajalive.in
Friday, December 5, 2025
23.1 C
Bhubaneswar

ବିଏମସି ଅଧୀନକୁ ଆସିବ ୩୧୬ କିମି ଡ୍ରେନ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ଅଧୀନକୁ ୩୧୬ କିଲୋମିଟର ଡ୍ରେନ ଅଣାଯିବ। ଶୁକ୍ରବାର ଅନୁଷ୍ଠିତ ବିଏମସିର ୩୫ତମ ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ବୈଠକରେ ଉନ୍ନତି ଓ ସହରୀ ବିକାଶ ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ଅର୍ଥ ମଂଜୁର କରିଛନ୍ତି ଏବଂ ଅଧିକ କିଛି ଅର୍ଥ ରାଜ୍ୟ ସରକାର ଦେବାପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଉଭୟ ମେୟର ଓ ଆୟୁକ୍ତ ଗୃହକୁ ଅବଗତ କରାଇଥିଲେ। ଉପବିଭାଗ ଓ କର୍ପୋରେଟରଙ୍କ ପକ୍ଷରୁ ଆସିଥିବା ୧୮ଟି ପ୍ରସ୍ତାବ ୧୪ଟି ଲିଖିତ ପ୍ରଶ୍ନ ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ରାସ୍ତା ଓ ଗୃହ ବିଭାଗ ଅଧିନରେ ଥିବା ୩୧୬ କିଲୋମିଟର ଡ୍ରେନ ମଧ୍ୟ ବିଏମସି ଅଧିନକୁ ଆଣିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ସହ ବିଡିଏ ଏବଂ ପଞ୍ଚାୟତରେ ଥିବା ରାସ୍ତା ବିଏମସି ଅଧିନକୁ ଆଣିବା, ଆଇଗିଣିଆ ଆଳୁଗଦି ବା କୁବେରପୁରୀଠାରେ ଟ୍ରକ ପାର୍କିଂ ବ୍ୟବସ୍ଥା କରିବା, ବର୍ଜ୍ୟ ସଂଗ୍ରହ ଓ ପରିଚାଳନା ପାଇଁ ଏଜେନ୍ସି ଚୟନ ନିମନ୍ତେ ଆସିଥିବା ଏସଓପିକୁ କର୍ପୋରେସନର ମଂଜୁରୀ ମିଳିବା, ବିଦ୍ୟୁତ୍ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ତିନୋଟି ଜୋନରେ ତିନୋଟି ଏଜେନ୍ସିଙ୍କୁ ନିୟୋଜିତ କରାଯିବା ଓ ଖୁବ୍ ଶୀଘ୍ର ଟେଣ୍ଡର ଆହ୍ୱାନ କରାଯିବା, ଆସନ୍ତା ୬ ତାରିଖ ଦିନ ମୁକ୍ତା ଓ ଜାଗା ମିଶନ ସଂପର୍କିତ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ କର୍ପୋରେସନର ସ୍ୱତନ୍ତ୍ର ବୈଠକ ଡକାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଅତିରିକ୍ତ ଆୟୁକ୍ତ ରତ୍ନାକର ସାହୁ ସଂଯୋଜନା କରିଥିଲେ। ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, ଆୟୁକ୍ତ ଚଞ୍ଚଳ ରାଣା, ସିଟି ଇଂଜିନିୟର ନାରଦ ଚନ୍ଦ୍ର ରଥ, ଅତିରିକ୍ତ ଆୟୁକ୍ତ ରତ୍ନାକର ସାହୁ, ସସ୍ମିତା ସାହୁ ଓ କୈଳାସ ଚନ୍ଦ୍ର ଦାସ, ମୁଖ୍ୟ ବିତ୍ତ ଅଧିକାରୀ ଦୀପକ ରଂଜନ ବେହେରାଙ୍କ ଉପସ୍ଥିତିରେ ବୈଠକ ଅନୁଷ୍ଠିତ ହୋଇଥିଲା।

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories