କଟକ, ୩୦l୧୦: ବାଦାମବାଡ଼ି ଥାନା ନିକଟସ୍ଥ ରାଜାବଗିଚା ଲେବର କଲୋନୀ ଗଡା ନିକଟରେ ଛୁରାମାଡ ଘଟିଛି । ଏଥିରେ ଚିଣ୍ଟୁ ନାମକ ଜଣେ ସ୍ଥାନୀୟ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଏସିସିବିରେ ଭର୍ତ୍ତି କରାଯାଇଛି । ପୂର୍ବ ବିବାଦକୁ ନେଇ ପାଟିତୁଣ୍ଡରୁ ଛୁରାମାଡ ହୋଇଥିବା ଜଣାପଡିଛି। ବାଦାମବାଡ଼ି ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।



