www.samajalive.in
Monday, December 8, 2025
27.1 C
Bhubaneswar

ସାମୁଦ୍ରିକ ଝଡ଼ ମେଲିସାର ତାଣ୍ଡବ

କିଙ୍ଗଷ୍ଟନ: କ୍ୟାରିବିୟାନ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ମେଲିସା’ ମଙ୍ଗଳବାର ଜାମାଇକାରେ ଲ୍ୟାଣ୍ଡଫଲ କରିଛି। ଏହି ବାତ୍ୟାରେ ୭ ଜଣ ପ୍ରାଣ ହରାଇଥିବାବେଳେ ଶତାଧିକ ଆହତ ହୋଇଥିବା ଜଣାପଡିଛି। ସ୍ଥଳଭାଗ ଛୁଇଁବା ପରେ ଘଣ୍ଟାକୁ ପ୍ରାୟ ୨୯୫ କିମି ବେଗରେ ପବନ ବହିଥିଲା। ଫଳରେ ରାଜଧାନୀ କିଙ୍ଗଷ୍ଟନ ସହରର ଏକାଧିକ ବାସଗୃହ ଭାଙ୍ଗିଯାଇଛି। ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ପଡିଥିବାରୁ ଯାତାୟାତ ଓ ବିଜୁଳି ସରବରାହ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ଏହି ବାତ୍ୟାକୁ ୫ ନମ୍ବର କ୍ୟାଟେଗୋରୀରେ ସାମିଲ କରାଯାଇଛି। ପୂର୍ବରୁ ସତର୍କତା ଜାରି କରାଯାଇଥିବା ସତ୍ତ୍ବେ ସମୁଦ୍ରକୂଳରେ ବାସ କରୁଥିବା ଲୋକେ ଘର ଛାଡି ନିରାପଦ ସ୍ଥାନକୁ ଯାଇନଥିଲେ। ଫଳରେ ସେମାନଙ୍କୁ ବାତ୍ୟାର ପ୍ରକୋପ ଭୋଗିବାକୁ ପଡିଛି।

ବର୍ତ୍ତମାନ ଜାମାଇକାରେ ପ୍ରବଳ ବର୍ଷା ଲାଗିରହିଥିବାରୁ କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବ୍ଲାକ ରିଭର ହସ୍ପିଟାଲ ଜଳମଗ୍ନ ହୋଇପଡିଥିବାବେଳେ ୭୫ ଜଣ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ସରକାରଙ୍କ ପକ୍ଷରୁ ୮୦୦ ବାତ୍ୟା ଆଶ୍ରୟସ୍ଥଳ ଖୋଲାଯାଇଛି। ସେଠାରେ ପ୍ରାୟ ୧୫ ହଜାରରୁ ଅଧିକ ଲୋକଙ୍କୁ ଥଇଥାନ କରାଯାଇଛି। ବାତ୍ୟା ଯୋଗୁଁ ଜାମାଇକା ବିମାନବନ୍ଦରକୁ ବନ୍ଦ ରଖାଯାଇଛି। ଅଧିକାଂଶ ସ୍କୁଲ ଓ କଲେଜର ଛାତ ଉଡିଯାଇଥିବାବେଳେ ସେଗୁଡିକୁ ମଧ୍ୟ ବନ୍ଦ ଘୋଷଣା କରାଯାଇଛି। ଜାମାଇକାର ୧୭୫ ବର୍ଷର ଇତିହାସରେ ଏଭଳି ମହାବାତ୍ୟା ପ୍ରଥମ ଥର ଦେଖିବାକୁ ମିଳିଛି ବୋଲି ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଛି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories