www.samajalive.in
Friday, December 5, 2025
23.1 C
Bhubaneswar

ଭିଜିଲାନ୍ସ କ୍ଷମା ଦେବନି, କି ଛାଡ଼ିବନି

ଭୁବନେଶ୍ୱର: ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ଷୋଭ ପ୍ରକାଶ କରିଛନ୍ତି। ଦୁର୍ନୀତିରେ ଯୁବ ଅଧିକାରୀଙ୍କ ସଂପୃକ୍ତି ନେଇ ସେ କହିଛନ୍ତି, ସରକାରୀ ଅଧିକାରୀ ହୋଇ ଲୋକଙ୍କ ସେବା କରିବେ ସ୍ବପ୍ନ ଦେଖିଥିଲେ, ସ୍ବଚ୍ଛ ସେବା ଦେବେ ବୋଲି କହୁଥିଲେ। କିନ୍ତୁ ତାହା କମ ପ୍ରତିଫଳିତ ହେଉଛି। ଆଇଏଏସ୍‌ ଓ ଓଏଏସ୍‌ ପରୀକ୍ଷାରେ ରାଙ୍କ ରଖି ଖବରକାଗଜରେ ପ୍ରଶଂସିତ ହେଉଥିଲେ। ଦୁର୍ନୀତି କରି ଜେଲ ଯିବାର ଖବର ସେହି ଖବରକାଗଜରେ ଆସୁଛି। କେବଳ କିଛି ଟଙ୍କା ପାଇଁ ନିଜ ଆଦର୍ଶ ଆଉ ବିଚାରଧାରାକୁ ବିକି ଦେଉଛନ୍ତି। ଏହାଦେଖି ରାଜ୍ୟବାସୀ ଚିନ୍ତିତ ହୋଇ ପଡୁଛନ୍ତି । ତେଣୁ ଏଭଳି ଅଧିକାରୀଙ୍କୁ ସାବଧାନ କରିଦିଅନ୍ତୁ, ଭିଜିଲାନ୍ସ କ୍ଷମା ଦେବନି, କି ଛାଡ଼ିବନି। ପୂର୍ବ ସରକାର କେରାଣ୍ଡି ମଉରାଳୀକୁ ଧରି ବାଳିଆ ରୋହିକୁ ଛାଡି ଦେଉଥିଲେ। କିନ୍ତୁ ଆମ ସରକାର ଭିଜିଲାନ୍ସକୁ ପୂର୍ଣ୍ଣ କ୍ଷମତା ଦେଇଛନ୍ତି। ୧୬ ମାସରେ ଆଇଏଏସ୍‌ଠୁ ଆରମ୍ଭ କରି ୭ ମୁଖ୍ୟ ଯନ୍ତ୍ରୀ ଧରାପଡିଛନ୍ତି। ୫ ତହସିଲଦାର, ୪ ବିଡିଓ , ୧୦ ପୁଲିସ୍‌ ଅଧିକାରୀ , ଏବଂ ଜଣେ ଡିଏଫଓ ଧରାପଡିଛନ୍ତି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories