www.samajalive.in
Monday, December 8, 2025
27.1 C
Bhubaneswar

ଦିବ୍ୟାଙ୍ଗଙ୍କ ଉପରେ ଖରାପ ମନ୍ତବ୍ୟ ଦେଇ ଅଡୁଆରେ ମୋଦୀ; କ୍ଷମାପ୍ରାର୍ଥନା ଦାବି କଲା ଏନପିଆରଡି

ନୂଆଦିଲ୍ଲୀ: ଦିବ୍ୟାଙ୍ଗମାନଙ୍କ ଉପରେ ଏକ ଖରାପ ମନ୍ତବ୍ୟ ଦେଇ ଅଡୁଆରେ ପଡ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିପାଇଁ ମୋଦୀ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛି ଦିବ୍ୟାଙ୍ଗମାନଙ୍କ ଅଧିକାର ପାଇଁ କାର୍ଯ୍ୟ କରୁଥିବା ସଂଗଠନ ଏନପିଆରଡି।

ଶନିବାର ରୁରକୀସ୍ଥିତି ଆଇଆଇଟିରେ ସ୍ମାର୍ଟ ଇଣ୍ଡିଆ ହାକାଥନରେ ଯୋଗଦେବା ଅବସରରେ ମୋଦୀ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ଜଣେ ଛାତ୍ରୀ ଡାଇସ୍ଲେକ୍ସିଆ(ଲେଖାପଢ଼ାକୁ କଷ୍ଟକର କରୁଥିବା ଏକ ମସ୍ତିଷ୍କ ରୋଗ)ରେ ପୀଡ଼ିତ ପିଲାଙ୍କ ପାଇଁ ଏକ ପ୍ରୋଜେକ୍ଟରେ କାମ କରୁଥିବା କହିଥିଲେ। ଏହା ସହ ସେ ‘ତାରେ ଜମିନ ପର୍‌’ ଚଳଚ୍ଚିତ୍ରର ଉଦାହରଣ ଦେଇଥିଲେ। କିନ୍ତୁ ମୋଦୀ ଏହି ସମୟରେ ଛାତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଯେ, ତୁମର ଏହି ଯୋଜନା ୪୦-୫୦ ବର୍ଷର ଶିଶୁଙ୍କୁ ସହାୟତା କରିପାରିବ କି? ଏଥିରେ ସମ୍ପୃକ୍ତ ଛାତ୍ରୀ ହସିଥିଲେ। ମୋଦୀ ତାଙ୍କୁ କହିଥିଲେ ଯେ, ତୁମ ପ୍ରୋଜେକ୍ଟ ଯଦି ଏହି ବୟସର ଶିଶୁମାନଙ୍କ ପାଇଁ ସହାୟକ ହେବ, ତେବେ ସେମାନଙ୍କ ମା’ବାପା ଅତ୍ୟନ୍ତ ଖୁସି ହେବେ।

- Advertisement -

ତେବେ ମୋଦୀଙ୍କ ଏହି ମନ୍ତବ୍ୟ ଡାଇସ୍ଲେକ୍ସିଆ ରୋଗରେ ପୀଡ଼ିତ ସମସ୍ତ ଦିବ୍ୟାଙ୍ଗମାନଙ୍କ ଭାବାବେଗକୁ ଆଘାତ ଦେଇଛି ବୋଲି ଏନପିଆରଡି ପକ୍ଷରୁ ଅଭିଯୋଗ କରାଯାଇଛି। ମୋଦୀ ତାଙ୍କ ରାଜନୈତିକ ପ୍ରତିଦ୍ବନ୍ଦ୍ବୀମାନଙ୍କୁ ସମାଲୋଚନା କରିବା ଉଦ୍ଦେଶ୍ୟରେ ସମଗ୍ର ଦିବ୍ୟାଙ୍ଗ ଜାତିକୁ ଆକ୍ଷେପ କରିଛନ୍ତି। ଏକ ଉଚ୍ଚ ପଦବୀରେ ରହି ଏଭଳି ମନ୍ତବ୍ୟ ଦେବା ଅଶୋଭନୀୟ। ତେଣୁ ମୋଦୀ ଏଥିପାଇଁ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ଏନପିଆରଡି ପକ୍ଷରୁ ଦାବି କରାଯାଇଛି।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories