www.samajalive.in
Sunday, December 7, 2025
15.1 C
Bhubaneswar

‘ଦି କପିଲ ଶର୍ମା ଶୋ’କୁ ପୁଣି ଫେରିବେ ସିଦ୍ଧୁ !

ମୁମ୍ବଇ : ଭାରତୀୟ କ୍ରିକେଟର୍ ତଥା ରାଜନେତା ନବଜୋତ୍ ସିଂହ ସିଦ୍ଧୁ ‘ଦି କପିଲ ଶର୍ମା ଶୋ’କୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି। ପୁଲୱାମା ଆକ୍ରମଣ ପରେ କଡ଼ା ସମାଲୋଚନାର ଶିକାର ହୋଇ ଶୋ’ରୁ ବାଦ୍ ପଡ଼ିଥିବା ସିଦ୍ଧୁଙ୍କୁ ପୁଣି ଥରେ ଫେରାଇ ଆଣିବା ପାଇଁ ଚାହୁଁଛନ୍ତି ଶୋ’ର ପ୍ରଯୋଜକ ତଥା ଅଭିନେତା ସଲମାନ୍ ଖାନ୍।

ବିଶେଷ ସୂତ୍ରରୁ ପ୍ରକାଶ ଯେ, ସୋନି ଟିଭି ଏବଂ ସଲମାନ ଏହି ମାମଲା ଥଣ୍ଡା ହେବାପାଇଁ ଅପେକ୍ଷା କରିଛନ୍ତି। ଏହା ପରେ ସେ ସିଦ୍ଧୁଙ୍କୁ ପୁଣିଥରେ ଶୋ’କୁ ଆଣିବେ। ଶୋ’ରୁ ସିଦ୍ଧୁଙ୍କୁ ବାଦ ଦେବା ପରେ ତାଙ୍କ ସ୍ଥାନରେ ଅଭିନେତ୍ରୀ ଅର୍ଚ୍ଚନା ପୁରନ୍ ସିଂହଙ୍କୁ ଅଣାଯାଇଥିଲା। ଶୋ’ରେ ଅର୍ଚ୍ଚନାଙ୍କୁ ସିଦ୍ଧୁଙ୍କ ସ୍ଥାନରେ ନେବା କଥା ସୋନି ଟିଭି ନିଜ ଅଫିସିଆଲ୍ ଟ୍ୱିଟର୍ ପେଜରେ ପ୍ରକାଶ କରିଥିଲା। ଏବେ ମଧ୍ୟ ଅର୍ଚ୍ଚନାଙ୍କ ସହ ଶୋ’ର ଏପିସୋଡ଼୍ ସୁଟିଂ କରାଯାଉଛି। ମାତ୍ର ଶୋ’ରୁ ସିଦ୍ଧୁଙ୍କୁ ବାହାର କରିବା କଥା ଚ୍ୟାନେଲ୍ ଆନୁଷ୍ଠାନିକ ଭାବେ ଘୋଷଣା କରିନଥିଲା। ଏନେଇ କେତେକ ଟ୍ୱିଟର୍ ବ୍ୟବହାରକାରୀ ଅସନ୍ତୋଷ ପ୍ରକାଶ କରି କହିଥିଲେ, ‘‘ସିଦ୍ଧୁଙ୍କୁ ସୋନି ଟିଭି ‘ଦି କପିଲ୍ ଶର୍ମା ଶୋ’ରୁ ବାହାର କରିଛି କି ନାହିଁ ତାହା ସାର୍ବଜନୀନ କରୁ। ଯଦି ଚ୍ୟାନେଲ୍ ଏହା ସ୍ପଷ୍ଟ ନକରିବ ତେବେ ଆମେ ଏହି ଚ୍ୟାନେଲକୁ ଅନସବସ୍କ୍ରାଇବ୍ କରିଦେବୁ’’।

- Advertisement -

ଉଲ୍ଲେଖଯୋଗ୍ୟ, ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ପରେ ସିଦ୍ଧୁଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ତାଙ୍କ ବିରୁଦ୍ଧରେ କ’ଣ ପଦକ୍ଷେପ ନିଆଯିବ ଏନେଇ ଚ୍ୟାନେଲ୍ କିଛି ସ୍ଥିର କରି ନଥିଲା। ଏହି ସମୟରେ ସଲମାନ୍ ସିଦ୍ଧୁଙ୍କୁ ଶୋ’ରୁ ବାହାର କରିବା ପାଇଁ ନିଷ୍ପତ୍ତି ନେଇଥିଲେ। କାରଣ ଶୋ’ର ଭଲ ଚାହିଦା ଥିବା ଯୋଗୁଁ ପ୍ରଯୋଜକ ହିସାବରେ ସଲମାନ ଶୋ’କୁ କୌଣସି କ୍ଷତି ପହଞ୍ଚାଇବାକୁ ଚାହୁଁନଥିଲେ।

ଅଭିନେତ୍ରୀ ଅର୍ଚ୍ଚନା ପୁରନ୍ ସିଂହ ମାତ୍ର କିଛି ଏପିସୋଡ଼୍ ପାଇଁ ଚୁକ୍ତି କରିଛନ୍ତି ଓ କିଛିଦିନ ମଧ୍ୟରେ ସିଦ୍ଧୁ ପୁଣି ଶୋ’କୁ ଫେରିବେ ବୋଲି ଖବର ମିଳିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories