www.samajalive.in
Friday, December 5, 2025
23.1 C
Bhubaneswar

ଭୁଜାଲି ଦେଖାଇ ଲୁଟିନେଲେ ୫ ଲକ୍ଷ ଟଙ୍କାର ସୁନାଗହଣା

ସୋର : ବାଲେଶ୍ଵର ଜିଲ୍ଲା ସୋର ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି, ରାହାଜାନୀ ଭଳି ଅପରାଧିକ ଘଟଣାମାନ ବୃଦ୍ଧି ପାଇବାରେ ଲାଗିଛି। ଆଜି ଅନନ୍ତପୁର ପଞ୍ଚାୟତ ବେଲପୁରବସ୍ତିରେ ସେକ ଏଲାଉଦ୍ଦିନ ଘରେ ନ ଥିବାବେଳେ କିଛି ଡକାୟତ ତାଙ୍କ ଘରେ ପଶି ତାଙ୍କ ପତ୍ନୀ ଆମିନା ବିବିଙ୍କୁ ଭୁଜାଲି ​‌ଦେଖାଇ ଆକ୍ରମଣ କରିଥିଲେ। ଏବଂ ତାଙ୍କଠାରୁ ୩ଟି ସୁନାହାର, କାନଫୁଲ, କିଛି ରୂପା ଗହଣା ଏବଂ ନଗଦ ୬୫ ହଜାର ଟଙ୍କା ଲୁଟ କରି ଫେରାର ହୋଇଯାଇଛନ୍ତି। ଏପରିକି ଆମିନାଙ୍କ ଛୋଟ ଝିଅକୁ ମଧ୍ୟ ଭୁଜାଲି ଦେଖାଇ ଭୟଭୀତ କରିଛନ୍ତି। ଖବର ପାଇ ସୋର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।

Hot this week

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

Related Articles

Popular Categories