www.samajalive.in
Thursday, December 11, 2025
16.1 C
Bhubaneswar

ଆଦିବାସୀ ଓ ଅନୁସୂଚିତ ଜାତିର ବହୁ ଜବକାର୍ଡଧାରୀଙ୍କୁ କାମ ମିଳୁନି : କଂଗ୍ରେସ

ଭୁବନେଶ୍ୱର: ରାଜ୍ୟରେ ୧୬ ମାସ ମଧ୍ୟରେ ଆଦିବାସୀ ବର୍ଗଙ୍କ ଉପରେ ଅଧିକ ଅତ୍ୟାଚାର ଓ ଆକ୍ରମଣ ବୃଦ୍ଧି ଘଟିବା ସହିତ ଆଦିବାସୀ ଓ ଅନୁସୂଚିତ ଜାତି ବର୍ଗଙ୍କୁ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାମ ମିଳୁ ନାହିଁ ବୋଲି ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ମୁଖପାତ୍ର ରଜନୀ ମହାନ୍ତି କହିଛନ୍ତି।
ସେ କହିଥିଲେ, ୨୦୨୪ ମସିହାରୁ ୧୬ ମାସ ଧରି ରାଜ୍ୟରେ ବିଜେପି ସରକାର ଥାଇ ମଧ୍ୟ ନୂଆପଡ଼ା ଭଳି ଏକ ଆଦିବାସୀ ଅଧ୍ୟୁଷିତ ଜିଲାରେ ଆଦିବାସୀମାନଙ୍କ ବିକାଶ ପାଇଁ ଏପର୍ଯ୍ୟନ୍ତ ଆଇଟିଡିଏ ଅଫିସଟିଏ ଖୋଲାଯାଇ ପାରିଲା ନାହିଁ। ରାଜ୍ୟ କଂଗ୍ରେସର ପ୍ରତିଶ୍ରୁତି ନୂଆପଡ଼ା ଉପନିର୍ବାଚନ ସରିଲେ ନୂଆପଡ଼ା ଅଞ୍ଚଳରେ ଆଇଟିଡିଏ ଅଫିସ ଖୋଲିବା ପାଇଁ କଂଗ୍ରେସ ଦଳ ରାଜ୍ୟ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବା ସହିତ ସମସ୍ତ ଚାପ ପ୍ରୟୋଗ କରି ଏ କାର୍ଯ୍ୟ କରିବ। ରାଜ୍ୟରେ ୩୧୪ ବ୍ଲକ ଓ ୬୭୯୪ ଗ୍ରାମପଞ୍ଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଏ ପର୍ଯ୍ୟନ୍ତ ୬୭ଲକ୍ଷ ୨୪ ହଜାର ଲୋକଙ୍କୁ ଜବକାର୍ଡ ପ୍ରଦାନ କରାଯାଇଛି। ତନ୍ମଧ୍ୟରୁ ମାତ୍ର ୪୪ଲକ୍ଷ ୭୦ ହଜାର ଆକ୍ଟିଭ ଜବକାର୍ଡ। କେନ୍ଦ୍ରରେ କଂଗ୍ରେସ ସରକାର ଥିବାବେଳେ ୨୦୦୫ରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଆଇନ ଆଣିଥିଲେ। ଏହି ନିୟମ ଅନୁସାରେ ଗ୍ରାମାଞ୍ଚଳରେ କାମ କରିବାପାଇଁ ଆଶାୟୀ ଗରିବ ଲୋକଙ୍କୁ ୧୦୦ ଦିନର କାମ ପ୍ରଦାନ କରିବା ନିମନ୍ତେ ଆଇନ କରାଯାଇଥିଲା। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା, ଓଡ଼ିଶାରେ ଏହି ଯୋଜନାରେ ୨୦୨୩-୨୪ ଆର୍ଥିକ ବର୍ଷରେ ୧୭୫୦ ଲକ୍ଷଟଙ୍କା ଖର୍ଚ୍ଚ କରାଯାଇଥିଲା ବେଳେ ୨୦୨୪-୨୫ ମୋହନ ମାଝୀଙ୍କ ସରକାର ସମୟରେ ଏହାର ପରିମାଣକୁ ୧୫ଶହ ଲକ୍ଷ ଟଙ୍କାକୁ କମ୍ କରିଦିଆଗଲା ଏବଂ ଚଳିତ ୨୦୨୫-୨୬ ଆର୍ଥିକ ବର୍ଷରେ ଏହାକୁ ୧୨୦୦ ଲକ୍ଷକୁ ଆହୁରି କମାଇ ଦିଆଯାଇଛି। ଏହାଦ୍ୱାରା ରାଜ୍ୟରେ ଲକ୍ଷ ଲକ୍ଷ ଆଦିବାସୀ ଓ ଅନୁସୂଚିତ ଜାତିର ପରିବାର ଗ୍ରାମାଞ୍ଚଳରେ କାମ ପାଇବା ପରିବର୍ତ୍ତେ ବେରୋଜଗାର ହୋଇ ନିଜ ଅଞ୍ଚଳ ଛାଡ଼ି ଦେଶର ବିଭିନ୍ନ ରାଜ୍ୟକୁ ଦାଦନ ଶ୍ରମିକ ଭାବରେ ଚାଲିଯାଉଛନ୍ତି। ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ଜୟଶ୍ରୀ ପାତ୍ର ଏବଂ ମୁଖପାତ୍ର ନଳିନୀକାନ୍ତ ନାୟକ ଉପସ୍ଥିତ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories