ଡେସ୍କ: କଟକ ବାରବାଟି ଷ୍ଟାଡିୟମ ସ୍ଥିତ ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ୪ର୍ଥ ପୁସ୍ତକ ମେଳାରେ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ସାଇବିଦ୍ୟା ରାଉତରାୟଙ୍କ ରହସ୍ୟ ରୋମାଞ୍ଚ ଭରା ୮ଟି ଗଳ୍ପକୁ ନେଇ ଇଂରାଜୀରେ ରଚିତ ପ୍ରଥମ ପୁସ୍ତକ ‘ହଣ୍ଟ ଫର ଦ ଟ୍ରୁଥ’ ଉନ୍ମୋଚିତ ହୋଇଛି। ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଭିଭାବକଙ୍କ ଉପସ୍ଥିତିରେ ଏହି ପୁସ୍ତକର ଲୋକାର୍ପଣ କରାଯାଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ଡ଼ ପ୍ରିୟଦର୍ଶୀ ନାୟକ ଓ ପ୍ରଧାନ ଶିକ୍ଷୟିତ୍ରୀ ସୋମା ମହାନ୍ତି ପୁସ୍ତକର ଉନ୍ମୋଚନ କରିଥିଲେ। ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟ ଇତିହାସରେ ପ୍ରଥମ ଥର ପାଇଁ ଜଣେ ଛାତ୍ରୀର ଏତାଦୃଶ ସଫଳତା ପ୍ରଶଂସା ଯୋଗ୍ୟ ବୋଲି ଅଧ୍ୟକ୍ଷ ଡଃ ନାୟକ କହିଥିଲେ। ଏହି ପୁସ୍ତକଟିକୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଓ ଆଇଏସବିଏନ ସ୍ୱୀକୃତି ପ୍ରଦାନ କରିଛନ୍ତି ଓ ଆସନ୍ତା ନଭେମ୍ବର ୨୨ ତାରିଖରେ ଦିଲ୍ଲୀରେ ରାଷ୍ଟ୍ରୀୟ ଶିକ୍ଷା ଫୋରମରେ ଏହି ପୁସ୍ତକ ଉନ୍ମୋଚନ ହେବ ବୋଲି ସେ କହିଥିଲେ।
ପୁସ୍ତକ ଉନ୍ମୋଚନ ଅବସରରେ ସାଇ ବିଦ୍ୟାଙ୍କ ମା’ ଓ ସାନ ଭାଇଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।



