www.samajalive.in
Friday, December 5, 2025
23.1 C
Bhubaneswar

ଶେଷ ଦିନିକିଆ ଜିତିଲା ଟିମ୍‌ ଇଣ୍ଡିଆ

ସମାଜ ଡିଜିଟାଲ ଡେସ୍କ: ସିଡନୀରେ ଖେଳାଯାଇଥିବା ଶେଷ ଦିନିକିଆ ମ୍ୟାଚକୁ ଟିମ ଇଣ୍ଡିଆ ଜିତି ନେଇଛି। ଅନ୍ତିମ ମ୍ୟାଚରେ ରୋହିତ ଶର୍ମାଙ୍କ ଶତକ ଏବଂ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଭାରତ ଘରୋଇ ଅଷ୍ଟ୍ରେଲିଆକୁ ୬୯ ବଲ ବାକି ଥାଇ ୯ ଉଇକେଟରେ ପରାସ୍ତ କରିଛି। ତେବେ ଟିମ ଇଣ୍ଡିଆ ୩ ମ୍ୟାଚ ବିଶିଷ୍ଟ ଏହି ସିରିଜକୁ ୧-୨ରେ ହାତଛଡ଼ା କରିଛି। ପ୍ରଥମ ଦୁଇଟି ମ୍ୟାଚରେ ବିଜୟ ସହିତ ଘରୋଇ ଦଳ ଆଗୁଆ ସିରିଜ କବଜା କରିନେଇଛି।

ଶେଷ ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟି କରି ୪୬.୪ ଓଭରରେ ୨୩୬ ରନ କରି ଅଲଆଉଟ ହୋଇଯାଇଥିଲା। ହର୍ଷିତ ରାଣା(୪ ଉଇକେଟ) ଏବଂ ଓ୍ବାଶିଂଟନ ସୁନ୍ଦର(୨ ଉଇକେଟ)ଙ୍କ ଘାତକ ବୋଲିଂକୁ ସାମ୍ନା କରିପାରି ନ ଥିଲା କଙ୍ଗାରୁ ଦଳ। ଦଳ ପକ୍ଷରୁ ମ୍ୟାଟ୍‌ ରେନଶ ସର୍ବାଧିକ ୫୬ ରନ କରିଥିବାବେଳେ ମିଚେଲ ମାର୍ଶ ୪୧ ଏବଂ ମ୍ୟାଥ୍ୟୁ ଶର୍ଟ ୩୦ ରନ କରିଥିଲେ। ଭାରତ ପକ୍ଷରୁ ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, କୁଳଦୀପ ଯାଦନବ, ଅକ୍ଷର ପଟେଲ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

- Advertisement -

୨୩୭ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୩୮.୩ ଓଭରରେ ମ୍ୟାଚ ଜିତି ନେଇଥିଲା। ରୋହିତ ସର୍ବାଧିକ ୧୨୧ ଏବଂ କୋହଲ ୭୪ ରନର ପାଳି ଖେଳିଥିଲେ। ଶୁବମନ ଗିଲ୍‌(୨୪) ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ଆଉଟ ହୋଇଥିଲେ। ଜୋଶ ହାଜେଲଉଡ ଗିଲ୍‌ଙ୍କୁ ଆଉଟ କରି କେବଳ ଗୋଟିଏ ହାସଲ କରିଥିଲେ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories