www.samajalive.in
Thursday, December 11, 2025
16.1 C
Bhubaneswar

କୁମ୍ବଲେ ପୁଣି ଆଇସିସି କ୍ରିକେଟ କମିଟି ଅଧ୍ୟକ୍ଷ

ମୁମ୍ବଇ : ଭାରତୀୟ ଲେଗ୍‌ସ୍ପିନ କିମ୍ବଦନ୍ତୀ ଅନୀଲ କୁମ୍ବଲେ ପୁଣିଥରେ ଆଇସିସି କ୍ରିକେଟ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ୨୦୨୨ ପର୍ଯ୍ୟନ୍ତ ୩ ବର୍ଷ ଲାଗି କୁମ୍ବଲେ ଏହି ଦାୟିତ୍ବରେ ରହିବେ। ଏହା ହେବ କୁମ୍ବଲେଙ୍କ ଅନ୍ତିମ କାର୍ଯ୍ୟକାଳ। ୨୦୧୨ ଠାରୁ କୁମ୍ବଲେ ଆଇସିସି କ୍ରିକେଟ କମିଟିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। କୁମ୍ବଲେଙ୍କ ସମୟରେ   ଆଇସିସିରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆ ଯାଇଥିଲା। ତାଙ୍କ ଗଭୀର କ୍ରିକେଟ ଜ୍ଞାନ ଦ୍ବାରା କୁମ୍ବଲେ ଆନ୍ତର୍ଜାତିକ କ୍ରିକେଟ ପରିଷଦକୁ ନୂତନ ଦିଗ୍‌ଦର୍ଶନ ଦେବେ ବୋଲି ଆଶା କରାଯାଉଛି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories