www.samajalive.in
Friday, December 5, 2025
23.1 C
Bhubaneswar

ଗୁରୁବାର ରାଶିଫଳ: ପ୍ରବଳ ଭାଗ୍ୟଶାଳୀ ହୋଇପାରନ୍ତି ଏହି ଦୁଇ ରାଶି

ମେଷ: ସକଳ ଗୁଣର ଆଧାର ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇ ପାରନ୍ତି। ଆତ୍ମିକ ହେବେ। ମନ ପ୍ରସନ୍ନ ରହିବ। ଭାଷା ମଧୁର ହେବ। ବ୍ୟବହାର ପ୍ରେମପୂର୍ଣ୍ଣ ହେବ। ସର୍ବତ୍ର ବିଜୟୀ ହେବେ।

ବୃଷ: ପରମ ସୌଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ମଧୁର ଭାଷା, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟା ପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

- Advertisement -

ମିଥୁନ: ବୀରକର୍ମା ହେବେ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ସୁସ୍ବାଦୁ ଭୋଜନ ମଳିବ। ବିଦ୍ବାନ୍‌ ଓ ଶାସ୍ତ୍ରଜ୍ଞ ହେବେ। ଆୟ ଆଶାନୁରୂପ ହେବ। କର୍ମଚଞ୍ଚଳ ହେବେ।

କର୍କଟ: କର୍ମ ଚଞ୍ଚଳ ରହିବେ। ଥଣ୍ଡା, କଫ ଜନିତ ସାମାନ୍ୟ କ୍ଲେଶ ଅନୁଭବ କରି ପାରନ୍ତି। ଏକାନ୍ତ ସାଧନା ଫଳବତୀ ହେବ। ମଧୁର କଥାରେ ପରକୁ ଆପଣାର କରି କାର୍ଯ୍ୟ ହାସଲ କରିବେ। ସାହସୀ ଓ ଜ୍ଞାନୀ ହେବେ।

ସିଂହ: ଆୟୁଷ୍ମାନ ହେବେ। ଯଶସ୍ବୀ ହୋଇ ପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। କର୍ମ ଚଞ୍ଚଳ ରହିବେ। ରାଜଦ୍ବାରେ ସମ୍ମାନିତ ହେବା ସହିତ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ।

କନ୍ୟା: କୁଳ ପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଦ୍ର ଚିତ୍ତ ସମ୍ପନ୍ନ ହୋଇ ପାରନ୍ତି। ବ୍ୟବସାୟ ଲାଭ ଜନକ ହେବ। ଯଶସ୍ବୀ ହେବେ। ନିଜ ପରିବାର ପ୍ରତି ସ୍ନେହ-ସଦିଚ୍ଛାଭାବ ରହିବ।

ତୁଳା: ପ୍ରବଳ ଭାଗ୍ୟଶାଳୀ ହୋଇପାରନ୍ତି। ସାମୟିକ ଭାବେ ଭୋଗ-ବିଳାସ କରି ପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ପ୍ରବାସ ପ୍ରିୟ, ବିଦ୍ବାନ୍‌ ଓ ଶାସ୍ତ୍ରଜ୍ଞ ହେବେ। ଦାମ୍ପତ୍ୟ ସୁଖ ମିଳିବ। ଉଦ୍ୟୋଗୀ ହେବେ।

ବିଛା: ପ୍ରତିଶୋଧ ପରାୟଣ ମନୋଭାବର ହୋଇପାରନ୍ତି। ଆଶା, ଆଶଙ୍କାରେ ଥିବା ଆକସ୍ମିକ ବିପଦକୁ ଡରିଲେ ସେ ଡରାଇବ, ମାତ୍ର ତା’ର ମୁକାବିଲା କଲେ ସେ ମୁହଁଛପା ଦେବ। ଯାନ-ବାହନ ଚଳାଚଳରେ ସତର୍କ ହେବେ।

ଧୁନ: ଉତ୍ସର୍ଗୀକୃତ ମ​‌େ​‌ନାଭାବ ନେଇ ସେବାକୁ ଜୀବନର ବ୍ରତ ଭାବେ ଗହଣ କରି ପାରନ୍ତି। ଅହଂଭାବେ ଧୀରେ ଧୀରେ ଅସ୍ତାଚଳକୁ ଚାଲିଯିବ। ଉଚ୍ଚ ସମ୍ମାନର ଅଧିକାରୀ ହେବେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ।

ମକର: ଆୟର ମୂଳଭାଗ ଦୃଷ୍ଟିରୁ ବାହ୍ୟ ଖର୍ଚ୍ଚକୁ ସୀମିତ କରି ପାରନ୍ତି। ଭ୍ରାତୃ ବନ୍ଧନ ଅତୁଟ ରହିବ। ସୁସ୍ଥ ଓ ନିରାମୟ ରହିବେ। ଚତୁର ଓ ଶତ୍ରୁହନ୍ତା ହୋଇ ପାରନ୍ତି। ଚାକିରି କ୍ଷେତ୍ରରେ ଜନସେବାକୁ ଗୁରୁତ୍ବ ଦେବେ।

କୁମ୍ଭ: କର୍ମ ଚଞ୍ଚଳ ରହିବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ​‌େ​ଶ୍ରାତ ବ୍ୟବସାୟାଦି କ୍ଷେତ୍ରରୁ ଦାନକ୍ଷେତ୍ରରୁ ସହାୟତା ରାଶିଭାବେ ପ୍ରବାହିତ ହେବ। ଧାର୍ମିକ, ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ।

ମୀନ: ନିଜର ସଖ୍ୟ ଅନୁସାରେ କୌଣସି ଦୁର୍ଗତକୁ ବୁଭୁକ୍ଷୁ ଅବସ୍ଥାରୁ ଉଦ୍ଧାର କରିପାରନ୍ତି। ଜଣେ ଦାୟିତ୍ବସମ୍ପନ୍ନ ହେବେ। କର୍ମ କ୍ଷେତ୍ରର ନିଷ୍ଠା ଆପଣଙ୍କୁ ମହାନ୍‌ କରି ଗଢ଼ିତୋଳିବ। ସୁସ୍ଥ ରହିବେ। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ।

Hot this week

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

Related Articles

Popular Categories