www.samajalive.in
Friday, December 5, 2025
20.1 C
Bhubaneswar

ଖାଦ୍ୟ ନିରାପତ୍ତା ଆୟୋଗ: ନିଯୁକ୍ତି ସଂସ୍ଥା ପ୍ରକାଶ କରୁନି ବିଜ୍ଞାପନ

ଭୁବନେଶ୍ବର: ୮୪ଟି ନୂଆ ଖାଦ୍ୟ ନିରାପତ୍ତା ଅଧିକାରୀ ପଦବୀ ପୂରଣ ନିମନ୍ତେ ଖାଦ୍ୟ ନିରାପତ୍ତା ଆୟୋଗ ପକ୍ଷରୁ ମଞ୍ଜୁରି ମିଳିଛି। କିନ୍ତୁ ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସ୍‌ଏସ୍‌ସି) ନିଯୁକ୍ତି ନିମନ୍ତେ ବିଜ୍ଞାପନ ପ୍ରକାଶ କରୁନି। ନିଯୁକ୍ତି ସଂସ୍ଥା (ଓଏସ୍‌ଏସ୍‌ସି)ର ବିଳମ୍ବ ଯୋଗୁଁ ନିର୍ଦେଶାଳୟରେ ନୂଆ ପଦ ଅଟକିଛି, ମୂଳ ପଦ ପୂରଣ ହେଉନି। ଅଧିକାରୀ ପଦ ପୂରଣ ପାଇଁ ବିଜ୍ଞାପନ ପ୍ରକାଶ ନିମନ୍ତେ ଓଏସ୍‌ଏସ୍‌ସିକୁ ବାରମ୍ବାର ଯୋଗାଯୋଗ ଯାଉଥିବା ବେଳେ ଓଏସ୍‌ଏସ୍‌ସି ଏଥିପ୍ରତି ଗୁରୁତ୍ବ ଦେଉନଥିବା ନିର୍ଦେଶାଳୟ ଅଧିକାରୀ ଅଭିଯୋଗ ଆଣିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଖାଦ୍ୟ ସାମଗ୍ରୀ ଯାଞ୍ଚ ପାଇଁ ଖାଦ୍ୟ ନିରାପତ୍ତା ନିର୍ଦେଶାଳୟ ରହିଛି। ଏହି ନିର୍ଦେଶାଳୟରେ ୭୩ ଖାଦ୍ୟ ନିରାପତ୍ତା ଅଧିକାରୀ ପଦ ରହିଛି। ସେଥିରୁ ୬୧ ଅଧିକାରୀ ଅଛନ୍ତି। ସେଥିରୁ ଦୁଇଜଣ ଅଧିକାରୀ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡ଼ିଛନ୍ତି। ୫୯ ଅଧିକାରୀଙ୍କୁ ନେଇ ୩୦ ଜିଲାରେ ଖାଦ୍ୟ ସାମଗ୍ରୀ ଯାଞ୍ଚ କରାଯାଉଛି। ଏହାମଧ୍ୟରେ ଯାନିଯାତ୍ରା ଓ ଭିଆଇପି ଡ୍ୟୁଟିରେ ସେହି କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବାକୁ ପଡୁଛି। ଏଥିପାଇଁ ଦୁଇଟି ପର୍ଯ୍ୟାୟରେ ୮୪ ମୂଳ ପଦ ପୂରଣ ଓ ନୂଆ ପଦ ପାଇଁ ନିଯୁକ୍ତି ସଂସ୍ଥା ଓଏସ୍‌ଏସ୍‌ସିକୁ ଅନୁରୋଧ କରାଯାଇଛି। ପଦ ପୂରଣରେ ବିଳମ୍ବ ହେବା ନେଇ ଓଏସ୍‌ଏସ୍‌ସିକୁ ବାରମ୍ବାର ଯୋଗାଯୋଗ କରିବାକୁ ପଡୁଛି। କ’ଣ ପାଇଁ ନିଯୁକ୍ତି ସଂସ୍ଥା ବିଜ୍ଞାପନ ପ୍ରକାଶ କରୁନି ତାହା ଜାଣିବା ଲାଗି ନିଯୁକ୍ତି ସଂସ୍ଥା(ଓଏସ୍‌ଏସ୍‌ସି)କୁ କର୍ମଚାରୀଙ୍କୁ ପଠାଇବାକୁ ପଡୁଛି ବୋଲି ନିର୍ଦେଶାଳୟ ଅଧିକାରୀ କହିଛନ୍ତି।

- Advertisement -

ଆସନ୍ତା ନଭେମ୍ବର ୫ରେ କଟକରେ ବାଲିଯାତ୍ରା ହେବ। ଏହି ଯାତ୍ରାରେ ହଜାର ହଜାର ଦୋକାନ ଖୋଲିବା ସହ ଖାଦ୍ୟ ସାମଗ୍ରୀ ବିକ୍ରି କରାଯିବ। ଯାତ୍ରାରେ ଖାଦ୍ୟ ସାମଗ୍ରୀକୁ ନିୟମିତ ବ୍ୟବଧାନରେ ଯାଞ୍ଚ କରିବାରେ ବିଭାଗର ପ୍ରମୁଖ ଭୂମିକା ରହିଛି। ବାଲିଯାତ୍ରାରେ ବାସିଖାଦ୍ୟ ଓ ଅପମିଶ୍ରଣକୁ ରୋକିବା ପାଇଁ ଉଚ୍ଚ ନ୍ୟାୟାଳୟ ଆଇନଜୀବୀ କମିଟି ପକ୍ଷରୁ ବିଭାଗକୁ ଦୃଢ଼ ପଦକ୍ଷେପ ନେବାକୁ କୁହାଯାଇଛି। ଆଇନଜୀବୀ କମିଟି ନିର୍ଦେଶ ଅନୁସାରେ ଚଳିତ ବର୍ଷ କଟକ ବାଲିଯାତ୍ରା ମହୋତ୍ସବରେ ଖାଦ୍ୟସୁରକ୍ଷା ଓ ନିରାପତ୍ତା ବିଭାଗ ପକ୍ଷରୁ ପର୍ଯ୍ୟାୟକ୍ରମେ ୨୪ଘଣ୍ଟିଆ ସେବା ଯୋଗାଇବା ବ୍ୟବସ୍ଥା କରାଯାଇଛି। କଟକ ମହାନଗର ନିଗମର ସ୍ବାସ୍ଥ୍ୟ ଅଧିକାରୀ ଓ କଟକର ତିନିଜଣ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କୁ ସହଯୋଗ କରିବା ଲାଗି ବାହାର ଜିଲାର ୫ଜଣ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କୁ ଅଣାଯିବ। ଏହାସହିତ ବାଲିଯାତ୍ରା ପଡ଼ିଆରେ ଭ୍ରାମ୍ୟମାଣ ଖାଦ୍ୟ ପରୀକ୍ଷା ଲାବ୍‌ (ଏମ୍ଏଫ୍‌ଟିଏଲ) ଯାନ ରଖିବା ସହ ପାଣି, ତେଲକୁ ଯାଞ୍ଚ କରାଯାଇ ରନ୍ଧା ଖାଦ୍ୟକୁ ଯାଞ୍ଚ କରାଯିବା ଲାଗି କିଟ୍‌ ଯୋଗାଇ ଦିଆଯିବ। ଏହାସହିତ ଭୁବନେଶ୍ବର ବାଲିଯାତ୍ରା ପଡ଼ିଆରେ ବିଏମ୍‌ସି ସ୍ବାସ୍ଥ୍ୟ ଅଧିକାରୀ ଓ ଖାଦ୍ୟ ନିରାପତ୍ତା ୪ଜଣ ଅଧିକାରୀଙ୍କୁ ନେଇ ଯାଞ୍ଚ କରାଯିବ। ଆବଶ୍ୟକ ପଡ଼ିଲେ ଖୋର୍ଦ୍ଧାରୁ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କୁ ବାଲିଯାତ୍ରାକୁ ଆଣିବାର ଯୋଜନା ରହିଛି ବୋଲି ଖାଦ୍ୟ ନିରାପତ୍ତା ବିଭାଗର ନିର୍ଦେଶକ ଡା. ଶକ୍ତିପ୍ରସାଦ ମିଶ୍ର କହିଛନ୍ତି।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories