www.samajalive.in
Friday, December 5, 2025
26.1 C
Bhubaneswar

ଯୁବକଙ୍କୁ ଛୁରାମାଡ଼, ଅଭିଯୁକ୍ତ ଗିରଫ

କଟକ: କଟକ ବିଡାନାସୀ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଛୁରାମାଡ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ବିଡାନାସୀ ଧୋବା ସାହିର ଇଙ୍ଗ ସେଠୀ ବୋଲି ଜଣାପଡିଛି। ତା’ ନିକଟରୁ ଗୋଟିଏ ଛୁରୀ ଜବତ କରାଯାଇଛି।
ସୂଚନା ଅନୁଯାୟୀ ସ୍ଥାନୀୟ ଦେଉଳ ସାହିରେ ସୁରଞ୍ଜନ ମଲ୍ଲିକ ରହୁଛନ୍ତି। ଗତ ବିଳମ୍ବିତ ରାତିରେ ସେ ଏକ କାମରେ ସ୍ଥାନୀୟ ଧୋବାସାହିକୁ ଚାଲିଚାଲି ଯାଉଥିଲେ। ଏତିକି ବେଳେ ଅଭିଯୁକ୍ତ ଇଙ୍ଗ ନିଶାସକ୍ତ ଅବସ୍ଥାରେ ଥିଲେ। ସୁରଜଙ୍କୁ ଏକୁଟିଆ ଦେଖି ସେ ତାଙ୍କୁ ଅଟକାଇଥିଲା। ବିନା କାରଣରେ ସେ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲା। ସୁରଞ୍ଜନ ଏହାର ପ୍ରତିବାଦ କରିବାରୁ ସେ ପାଖରେ ରଖିଥିବା ଏକ ଛୁରାରେ ତାଙ୍କୁ ଆକ୍ରମଣ କରିଥିଲା। ତାଙ୍କ ପିଠି ଓ ଛାତିରେ ଆଘାତ ଲାଗିବାରୁ, ସେ ଗୁରୁତର ଆହତ ହୋଇଥିଲେ।
ରକ୍ତାକ୍ତ ଅବସ୍ଥାରେ ସୁରଞ୍ଜନ ପଡିଯିବା ପରେ ଅଭିଯୁକ୍ତ ଇଙ୍ଗ ସେଠାରୁ ଫେରାର ହୋଇଯାଇଥିଲା। ଏହି ସମୟରେ ସେହିବାଟ ଦେଇ ଯାଉଥିବା କିଛି ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଇବା ସହିତ ପୁଲିସକୁ ଖବର ଦେଇଥିଲେ। ତେବେ ଏହି ଘଟଣାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯିବା ସହ ଆଜି ସକାଳେ ଅଭିଯୁକ୍ତ ଇଙ୍ଗକୁ କୋର୍ଟଚାଲାଣ କରାଯାଇଛି। ଅଭିଯୁକ୍ତ ନାଁରେ ପୂର୍ବରୁ ୭ରୁ ଅଧିକ ଅପରାଧିକ ମାମଲା ରହିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories