www.samajalive.in
Saturday, December 6, 2025
26.1 C
Bhubaneswar

ବିହାର ନିର୍ବାଚନ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥିପତ୍ର ଦାଖଲ ଶେଷ: ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପାଟନା: ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ଶେଷ ହୋଇଛି। ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଥିଲା। ଶାସକ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ଅଂଶୀଦାର ଦଳଗୁଡିକ ଆସନ ବୁଝାମଣା ଆଧାରରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ପ୍ରାର୍ଥିପତ୍ର ଦାଖଲ ଶେଷ ହୋଇଥିବାବେଳେ ବିରୋଧୀ ମହାମେଣ୍ଟ ବା ଇଣ୍ଡି ମେଣ୍ଟର ଅଂଶୀଦାର ଦଳଗୁଡିକ ମଧ୍ୟରେ ଆସନ ବୁଝାମଣା ଚୂଡାନ୍ତ ହୋଇପାରି ନାହିଁ। ଆସନ ବୁଝାମଣା ଚୂଡାନ୍ତ ହୋଇ ନଥିବାରୁ ଅଂଶୀଦାର ଦଳଗୁଡିକ ନିଜ ନିଷ୍ପତ୍ତି ଅନୁଯାୟୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଗୁରୁବାର ବିଳମ୍ବିତ ରାତିରେ କଂଗ୍ରେସ ୪୮ଜଣିଆ ପ୍ରାର୍ଥିତାଲିକା ପ୍ରକାଶ କରିବା ପରେ ଶୁକ୍ରବାର ଏହାର ନେତାମାନେ ପ୍ରାର୍ଥିପତ୍ର ଦାଖଲ କରିଥିଲେ।

ମହାମେଣ୍ଟର ଅଂଶୀଦାର ଦଳଗୁଡିକ ପ୍ରାର୍ଥିପତ୍ର ଦାଖଲ କରିସାରିଥିବାବେଳେ ଆଗକୁ ଆସନ ବୁଝାମଣା କଥାବାର୍ତ୍ତା ହେବ ବୋଲି କଂଗ୍ରେସ ନେତା ପବନ ଖେଡା କହିଛନ୍ତି। ସେ କହିଛନ୍ତି ଯେ ପ୍ରାର୍ଥିପତ୍ର ଦାଖଲ ସତ୍ତ୍ବେ ମେଣ୍ଟରେ ଆସନ ବୁଝାମଣା ହେବ। ମେଣ୍ଟ ମଧ୍ୟରେ କୌଣସି ପ୍ରକାର ଅନ୍ତଃଦ୍ବନ୍ଦ୍ବ ଦେଖାଯିବ ନାହିଁ। ଏପରି କି ବିହାରରେ ମହାମେଣ୍ଟ ସରକାର ଗଠନ କରିବ ବୋଲି ଖେଡା ଦୃଢୋକ୍ତି ପ୍ରକାଶ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ ଶେଷ ପରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଅକ୍ଟୋବର ୨୦ ଶେଷ ତାରିଖ ରହିଛି। ଆସନ ବୁଝାମଣା ହେବା ପରେ ପ୍ରାର୍ଥୀମାନଙ୍କୁ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ କୁହାଯିବ।

- Advertisement -

ମହାମେଣ୍ଟର ଅନ୍ୟତମ ଅଂଶୀଦାର ଦଳ ସିପିଆଇ (ଏମଏଲ୍‌) ନେତା ଦୀପଙ୍କର ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ଆସନ ବୁଝାମଣା ବିଳମ୍ବ ସତ୍ତ୍ବେ ମେଣ୍ଟରେ କୌଣସି ପ୍ରକାର ଅନ୍ତଃକନ୍ଦଳ ନାହିଁ। ସେ କହିଛନ୍ତି ଯେ ୨୦୨୦ ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନରେ ମହାମେଣ୍ଟରେ ଅଂଶୀଦାର ଦଳ ସଂଖ୍ୟା ବୃଦ୍ଧି ପାଇଛି। ତେଣୁ ମେଣ୍ଟର ସମସ୍ତ ଅଂଶୀଦାରଙ୍କ ସହିତ ଆଲୋଚନା କରାଯାଇ ଆସନ ବୁଝାମଣା କରାଯିବ। ମହାମେଣ୍ଟ ଏହି ନିର୍ବାଚନରେ ନିଶ୍ଚିତ ରୂପେ ଏକଜୁଟ୍ ହୋଇ ଲଢିବ। ମହାମେଣ୍ଟରେ ଆସନ ବୁଝାମଣା ହୋଇପାରି ନଥିବାବେଳେ ଏନଡିଏ ଏହାର ନିର୍ବାଚନ ପ୍ରଚାର ଜୋରଦାର କରିଛି।

ଅପରପକ୍ଷରେ ବିହାର ବିଧାନସଭା ନିର୍ବାଚନ ପାଇଁ ବିରୋଧୀ ମହାମେଣ୍ଟରେ ଆସନ ବୁଝାମଣା ଚୂଡାନ୍ତ ହୋଇପାରି ନଥିବାବେଳେ ଆରଜେଡି ନେତା ତେଜସ୍ବୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇଛି। ଶୁକ୍ରବାର କଂଗ୍ରେସ ଦଳ ତେଜସ୍ବୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି। ଦଳରେ ଅନେକ ନେତା ଏଥିରେ ମୋହର ମାରିଛନ୍ତି। କଂଗ୍ରେସ ନେତା ତଥା ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କହିଛନ୍ତି ଯେ ତେଜସ୍ବୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯିବାରେ କୌଣସି ସମସ୍ୟା ନାହିଁ। ସେହିପରି ମହାମେଣ୍ଟରେ ଆସନ ବୁଝାମଣାକୁ ନେଇ କୌଣସି ସମସ୍ୟା ନାହିଁ। ଠିକ୍ ସମୟରେ ସବୁ ସମାଧାନ ହୋଇଯିବ। କଂଗ୍ରେସ ସାଂସଦ ଅଖିଳେଶ ପ୍ରସାଦ ସିଂହ ଓ ତାରିକ ଅନୱର ତେଜସ୍ବୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯିବାକୁ ସମର୍ଥନ କରିଛନ୍ତି। ତାରିକ ଅନୱର କହିଛନ୍ତି ଯେ ତେଜସ୍ବୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଗଲେ​‌ କୌଣସି ସମସ୍ୟା ନାହିଁ। ତେବେ ପୂର୍ବରୁ ତେଜସ୍ବୀ ନିଜକୁ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିବାବେଳେ କଂଗ୍ରେସ ଏହାକୁ ନାପସନ୍ଦ କରିଥିଲା। କଂଗ୍ରେସ କହିଥିଲା ଯେ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବେ ତାହା ମିଳିତ ଭାବେ ନିଷ୍ପତ୍ତି ନିଆଯିବ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories