www.samajalive.in
Sunday, December 14, 2025
26.1 C
Bhubaneswar

ଆପ୍‌ର ୬ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷିତ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ନ ପାଉଣୁ ଆମ୍‌ ଆଦ୍‌ମି ପାର୍ଟି (ଆପ୍‌) ଏହାର ପ୍ରାର୍ଥୀ ଘୋଷଣା କରିଦେଲାଣି। ଶନିବାର ଦିଲ୍ଲୀର ୭ ଲୋକସଭା ଆସନ ମଧ୍ୟରୁ ୬ଟି ଦଳର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏଥିସହିତ କଂଗ୍ରେସ କିମ୍ବା ଅନ୍ୟ କୌଣସି ଦଳ ସହିତ ମେଣ୍ଟ ସମ୍ଭାବନା ନାହିଁ ବୋଲି ଦଳର ଆବାହକ ଗୋପାଳ ରାୟ ସ୍ପଷ୍ଟ କରିଛନ୍ତି। ଶୁକ୍ରବାର ଦିଲ୍ଲୀ ପ୍ରଦେଶ କଂଗ୍ରେସ ସଭାପତି ଶୀଲା ଦୀକ୍ଷିତ ଆପ୍‌ ସହିତ ମେଣ୍ଟକୁ ଅଗ୍ରାହ୍ୟ କରିଥିଲେ।
ଆପ୍‌ ପକ୍ଷରୁ ଘୋଷିତ ପ୍ରାର୍ଥୀ ତାଲିକା ଅନୁଯାୟୀ, ପୂର୍ବ ଦିଲ୍ଲୀ ଆସନରୁ ଅତିଶୀ ମାର୍ଲେନା ପ୍ରାର୍ଥୀ ହେବେ। ସେହିଭଳି ଉତ୍ତର-ପଶ୍ଚିମ ଦିଲ୍ଲୀରୁ ଗଗନ ସିଂହ, ଦକ୍ଷିଣ ଦିଲ୍ଲୀରୁ ରାଘବ ଚଢ଼ା, ଉତ୍ତର-ପୂର୍ବ ଦିଲ୍ଲୀରୁ ଦିଲୀପ ପାଣ୍ଡେ, ଚାନ୍ଦନୀ ଚୌକ୍‌ରୁ ପଙ୍କଜ ଗୁପ୍ତା ଓ ନୂଆ ଦିଲ୍ଲୀରୁ ବ୍ରିଜେଶ ଗୋୟଲ ପ୍ରତିଦ୍ବନ୍ଦ୍ବିତା କରିବେ। କେବଳ ପଶ୍ଚିମ ଦିଲ୍ଲୀ ଆସନର ପ୍ରାର୍ଥୀଙ୍କ ନାମ ବାକି ଥିଲା ବେଳେ ଏହା ଶୀଘ୍ର ଘୋଷଣା କରାଯିବ ବୋଲି କହିଛନ୍ତି ଦଳ ମୁଖ୍ୟ ଅରବିନ୍ଦ କେଜରିୱାଲ। ଘୋଷିତ ପ୍ରାର୍ଥୀମାନେ ପୂର୍ବରୁ ନିଜ ନିର୍ବାଚନ ମଣ୍ଡଳୀର ପ୍ରଭାରୀ ଭାବେ ନିଯୁକ୍ତ ହୋଇଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories