ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ । ପଶ୍ଚିମବଙ୍ଗ ଦୁର୍ଗାପୁରରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ସୂଚନା ମିଳିଛି। ଦୁର୍ଗାପୁରର ଏକ ଘରୋଇ ମେଡିକାଲର ଦ୍ଵିତୀୟ ବର୍ଷର ଛାତ୍ରୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଜାତୀୟ ମହିଳା କମିଶନର ଏକ ଟିମ୍ ଘଟଣାସ୍ଥଳକୁ ଯାଉଛନ୍ତି। ଗତକାଲି ରାତିରେ ପୀଡିତା ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ରାତ୍ରି ଭୋଜନ ଲାଗି ଯାଇଥିବାବେଳେ କଲେଜ ବାହାରେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଛାତ୍ରୀ ଜଣକ ଜଳେଶ୍ବର ଅଞ୍ଚଳର ହୋଇଥିବାବେଳେ ସେ ଜଣେ ମେଡ଼ିସିନ ହୋଲସେଲରଙ୍କ ଝିଅ। ଯିଏକି ପଶ୍ଚିମବଙ୍ଗ ଦୁର୍ଗାପୁରରେ ଏବେ ଏମବିବିଏସ ଛାତ୍ରୀ ଅଟନ୍ତି।
ସେପଟେ ଏହି ଘଟଣାକୁ ନେଇ ଦୁର୍ଗାପୁରସ୍ଥିତ ମେଡିକାଲ କଲେଜ ଭିତରେ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିଛନ୍ତିି । ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତି। ଅନ୍ୟପଟେ ପୀଡିତାଙ୍କ ବାପା କହିଛନ୍ତି ମେଡିକାଲ କର୍ତ୍ତୃପକ୍ଷ ସହଯୋଗ କରୁନାହାନ୍ତି। ମୋତେ ଘଟଣାକୁ ନେଇ କେହି କିଛି ଜଣାଉନାହାନ୍ତି। ଏହା ଏକ ସମ୍ବୋଦନଶୀଳ ଘଟଣା ହୋଇଥିଲେ ବି ଏଠାକାର ସରକାର ପୁରା ଚୁପ୍। ଓଡିଶା ହୋଇଥିଲେ କାର୍ଯ୍ୟାନୁଷ୍ଠାନ ହୋଇସାରନ୍ତାଣି।



