www.samajalive.in
Monday, December 8, 2025
13.1 C
Bhubaneswar

ନୂଆପଡ଼ା ଉପନିର୍ବାଚନ: ବିଜେପି ଓ ବିଜେଡିର ପ୍ରାର୍ଥୀ କସରତ

ନୂଆପଡ଼ା/ଭୁବନେଶ୍ବର: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରଥମ ଦଳ ଭାବେ ପ୍ରାର୍ଥୀ ଘୋଷଣା କରିସାରିଛି। ଘାସିରାମ ମାଝୀଙ୍କୁ ଦଳ ପ୍ରାର୍ଥୀ କରି ବାଜି ମାରିନେବା ଲକ୍ଷ୍ୟରେ ଥିବାବେଳେ ବିଜେପି ଓ ବିଜେଡିରେ କସରତ ଜାରି ରହିଛି। ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ସେହିପରି ଗୁରୁବାର ବିଜେପିର କୋର୍‌ କମିଟି ବୈଠକ ବସି ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଉପରେ ମାନସମନ୍ଥନ ହୋଇପାରେ ବୋଲି ସୂଚନା ମିଳିଛି।

ବିଜେଡିର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର କହିଛନ୍ତି ‌େଯ, ‌ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆ ରାଜନେତା ସହ ସାମାଜିକ ନେତୃତ୍ବ ନେବାରେ ବେଶ୍‌ ପାରଙ୍ଗମ ଥିଲେ। ବିଜେଡିର ପ୍ରାର୍ଥୀ ହିଁ ଢୋଲକିଆଙ୍କ ଅବର୍ତ୍ତମାନରେ ଜିତିବେ। ତାଙ୍କ ପରିବାରବର୍ଗକୁ ଟିକଟ ଦେବା ପାଇଁ ସ୍ଥାନୀୟ ବିଜେଡି ନେତାଙ୍କ ଆବେଗ ରହିଛି। ଢୋଲକିଆ ନୂଆପଡ଼ାର ଉନ୍ନତି ପାଇଁ ଅନେକ କାମ କରିଛନ୍ତି। ସେ ସେଠାରୁ ୪ ଥର ଜିତିଛନ୍ତି। କିଏ ଦଳୀୟ ପ୍ରାର୍ଥୀ ହେବ, ଦଳ ସେନେଇ ଆଲୋଚନା କରି ପ୍ରାର୍ଥୀ ଘୋଷଣା କରିବ। ସବୁ ଦିଗକୁ ଅନୁଶୀଳନ କରି ନବୀନ ପଟ୍ଟନାୟକ ପ୍ରାର୍ଥୀ ଘୋଷଣା କରିବେ। ଶ୍ରୀ ମିଶ୍ରଙ୍କ ଏହି ସଙ୍କେତରୁ ସ୍ପଷ୍ଟ ଯେ ବିଜେଡିରୁ ଜୟ ପ୍ରାର୍ଥୀ ହେବା ସମ୍ଭାବନା ଅଧିକ। ପୂର୍ବରୁ ଜୟ ମଧ୍ୟ ବିଜେଡିରୁ ପ୍ରାର୍ଥୀ ହେବା ନେଇ ଗଣମାଧ୍ୟମରେ କହିଥିଲେ। ଅନ୍ୟପକ୍ଷରେ ବିଜେପି କାହାକୁ ମଇଦାନକୁ ଓହ୍ଲାଇବ, ସେନେଇ କସରତ ଜାରି ରହିଛି। ଗୁରୁବାର ବିଜେପିର କୋର୍‌ କମିଟି ବୈଠକ ରାଜ୍ୟ କାର୍ଯ୍ୟାଳୟରେ ବସିବ।

- Advertisement -

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଦୁଇ ପ୍ରଭାରୀଙ୍କ ସହ କୋର୍‌ କମିଟିର ସଦସ୍ୟମାନେ ଉପସ୍ଥିତ ରହିବେ। କୋର କମିଟି ବୈଠକରେ ନୂଆପଡ଼ା ଉପନିର୍ବାଚନ ନେଇ ଆଲୋଚନା ହେବ ବୋଲି ଜଣାପଡ଼ିଛି। ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମର କହିଛନ୍ତି ଯେ, ବହୁତ ଆଶାୟୀଙ୍କ ନାମ ରହିଛି। କୋର କମିଟି ବୈଠକରେ ଆଲୋଚନା ହେବ। ଖୁବ୍‌ଶୀଘ୍ର ବିଜେପି ପ୍ରାର୍ଥୀ ଘୋଷଣା କରିବ। ଆମେ ଏହି ଆସନ ଜିତିବୁ। ଅନ୍ୟପକ୍ଷରେ ନୂଆପଡ଼ା ଆସନରେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ପ୍ରାର୍ଥୀ ହେବା ନେଇ ଦଳୀୟ ମହଲରେ ଆଲୋଚନା ହେଉଥିବା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ତେବେ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଏହି ଉପନିର୍ବାଚନ ବିଜେପି ପାଇଁ ଅଗ୍ନି ପରୀକ୍ଷା ସଦୃଶ ହୋଇଛି। କାରଣ ରାଜ୍ୟରେ ବିଜେପି ସରକାର ଆସିବା ପରେ ପ୍ରଥମଥର ଉପନିର୍ବାଚନ ହେଉଛି। ଏହି ଉପନିର୍ବାଚନ ଜିତିବା ପାଇଁ ବିଜେପି ଉଦ୍ୟମ ଚଳାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ତାଙ୍କୁ ଭଲ ବନ୍ଧୁ କହିବା ସହିତ ନୂଆପଡ଼ା ମୋର ଦାୟିତ୍ବ ବୋଲି କହିଥିଲେ। ଏହାପରେ ନୂଆପଡ଼ା ଯାଇ ୧୧୦୦ରୁ ଅଧିକ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ ଓ ଘୋଷଣା କରିଛନ୍ତି। ବିଜେପି ଟିକଟ ଦୌଡ଼ରେ ବରିଷ୍ଠ ନେତା ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା ଆଗରେ ଅଛନ୍ତି। ସ୍ଥାନୀୟ ବିଜେପି ନେତା ଯଦୁମଣି ପାଣିଗ୍ରାହୀ ମଧ୍ୟ ପ୍ରମୁଖ ଦାବିଦାର ଅଛନ୍ତି। ଅନ୍ୟପକ୍ଷରେ ନୂଆପଡ଼ାରେ ବିଜେଡି ନିଜର ଆସନ ବଞ୍ଚାଇ ରଖିବାକୁ ଉଦ୍ୟମ ଚଳାଇଛି। ସ୍ବର୍ଗତ ଢୋଲକିଆଙ୍କ ପୁତ୍ର ଜୟଙ୍କୁ ପ୍ରାର୍ଥୀ କରି ବିଜେଡି ଏଠାରୁ ଅନୁକମ୍ପା ଭୋଟ ହାତେଇବା ଲକ୍ଷ୍ୟରେ ଥିବା କୁହାଯାଉଛି। ଅନ୍ୟପକ୍ଷରେ ୨୦୨୪ ନିର୍ବାଚନରେ ଦ୍ବିତୀୟ ସ୍ଥାନରେ ଥିବା ଘାସିରାମ ମାଝୀଙ୍କୁ କଂଗ୍ରେସ ଏଠାରେ ପ୍ରାର୍ଥୀ କରି ପ୍ରତିପକ୍ଷଙ୍କୁ ଟକ୍କର ଦେବାକୁ ଯୋଜନା କରିଛି।

Hot this week

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

Related Articles

Popular Categories