ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା। ଘଟଣାର ତଦନ୍ତ ବାବଦରେ ବ୍ରହ୍ମପୁର ଏସ୍ପି ବଡ ସୂଚନା ଦେଇଛନ୍ତି। ହତ୍ୟାକାଣ୍ଡ ଘଟାଇଥିବା ଦୁର୍ବୁତ୍ତ ଧଳା ରଙ୍ଗର ସାର୍ଟ ପିନ୍ଧିଥିଲେ। ଗୁଳିକାଣ୍ଡ ବେଳେ ଅପରାଧିମାନେ ହେଲମେଟ୍ ମଧ୍ୟ ପିନ୍ଧିଥିଲେ। ପୁଲିସ୍ ସିସି ଟିଭି ଫୁଟେଜ୍ ଯାଞ୍ଚ କରୁଛି। ଘଟଣାର ତଦନ୍ତ ପାଇଁ ୬ଟି ଟିମ୍ ଗଠନ କରାଯାଇଛି। ଏହି ଟିମ୍ରେ ଦୁଇ ଜଣ ଡିଏସ୍ପି ଏବଂ ବହୁ ବରିଷ୍ଠ ଅଧିକାରୀ ଅଛନ୍ତି। ଟାଉନ୍ ଏସ୍ଡିପିଓ ଘଟଣାର ତଦନ୍ତକାରୀ ଅଧିକାରୀ ଅଛନ୍ତି । ୫୦ରୁ ଅଧିକ ସିସି ଟିଭି ଫୁଟେଜ୍ ଏବଂ କଲ୍ ରେକର୍ଡ ମଧ୍ୟ ଯାଞ୍ଚ କରାଯାଉଛି। ବ୍ୟକ୍ତିଗତ, ପେଶାଗତ ସହ ସମସ୍ତ ଦିଗକୁ ଅନୁଧ୍ୟାନ କରାଯାଉଛି। ଅତି ନିକଟରୁ ଗୁଳି କରାଯାଇଥିବା ଏସ୍ପି କହିଛନ୍ତି।
Popular Categories



