www.samajalive.in
Saturday, December 6, 2025
26.1 C
Bhubaneswar

ଜନସାଧାରଣ ନିର୍ଣ୍ଣୟ କରିବେ ଫଳାଫଳ: ମନମୋହନ ସାମଲ

ସମାଜ ଡିଜିଟାଲ ଡେସ୍କ:  ନୂଆପଡା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ସରଗରମ ହୋଇଛି ରାଜନୀତି । ତିନି ପ୍ରମୁଖ ଦଳ ମଧ୍ୟରେ ଏଠାରେ ଲଢେଇ ଜୋରଦାର ହେବ ବୋଲି କୁହାଯାଉଛି । ଉପନିର୍ବାଚନ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି ଉପନିର୍ବାଚନ ଫଳାଫଳ କଣ ହେବ ଲୋକ ନିର୍ଣ୍ଣୟ କରିବେ । ନବୀନଙ୍କ ପଦଯାତ୍ରା ଦ୍ୱାରା ବିଜେପିକୁ କିଛି ଫରକ ପଡିବ କି ନାହିଁ ତାହା ସାଧାରଣ ଲୋକ ବିଚାର କରିବେ । ଆମ ସରକାର ୧୧ବର୍ଷ ହେଲା କେନ୍ଦ୍ରରେ କଣ କରିଛନ୍ତି ଓ ୧୫ମାସ ହେଲା ରାଜ୍ୟରେ କଣ କରିଛନ୍ତି ତାହା ଆମେ କହିବୁ ।  ବିଜେଡି ୨୪ବର୍ଷରେ କଣ କରିଛି ଓ କଂଗ୍ରେସ ୪୦ବର୍ଷରେ କଣ କରିଛି ତାହା ସେମାନେ କହିବେ । କାହାକୁ ଗ୍ରହଣ କରିବେ, ଲୋକେ ବିଚାର କରିବେ ।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories