www.samajalive.in
Friday, December 5, 2025
26.1 C
Bhubaneswar

ନଭେମ୍ବର ୬ ଓ ୧୧ରେ ହେବ ବିହାର ନିର୍ବାଚନ, ୧୪ରେ ଫଳାଫଳ

ସମାଜ ଡିଜିଟାଲ ଡେସ୍କ: ଆସନ୍ତା ନଭେମ୍ବର ୬ ଏବଂ ୧୧ ତାରିଖରେ ଦୁଇଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ। ୧୪ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା କରାଯିବ। ସୋମବାର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି। ଚଳିତ ଥର ବିହାରରେ ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖ ପୁନଃନିରୀକ୍ଷଣ(ଏସଆଇଆର) କାର୍ଯ୍ୟକାରୀ ହୋଇ ସଂଶୋଧିତ ମତଦାତା ତାଲିକା ପ୍ରକାଶ କରାଯାଇଛି।

ବିହାରରେ ୨୪୩ ବିଧାନସଭା ଆସନ ରହିଛି। ପର୍ଯ୍ୟାୟକ୍ରମେ ଏସବୁ ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ବର୍ତ୍ତମାନ ବିହାରରେ ନିତିଶ କୁମାରଙ୍କ ସରକାର ରହିଛି। ନିତିଶ କୁମାରଙ୍କ ଜେଡିୟୁ ଏବଂ ବିଜେପି ମେଣ୍ଟ ସରକାର ରାଜ୍ୟରେ ଶାସନ କରୁଛି।

- Advertisement -

ଚଳିତ ନିର୍ବାଚନରେ ମୋଟ ୭ କୋଟି ୪୨ ଲକ୍ଷ ଭୋଟର ମତଦାନ କରିବେ। ସେମାନଙ୍କ ମଧ୍ୟରେ ପୁରୁଷ ମତଦାତାଙ୍କ ସଂଖ୍ୟା ୩ କୋଟି ୯୨ ଲକ୍ଷ ଏବଂ ମହିଳା ମତଦାତାଙ୍କ ସଂଖ୍ୟା ୩ କୋଟି ୫୦ ଲକ୍ଷ। ନିର୍ବାଚନ ପାଇଁ ୯୦ ହଜାର ୭୧୨ ମତଦାନ କେନ୍ଦ୍ର ହୋଇଛି। ୧୪ ଲକ୍ଷ ଭୋଟର ପ୍ରଥମ ଥର ଲାଗି ମତଦାନ କରିବେ। ୧୪ ହଜାର ଶତାୟୁ ଭୋଟର ରହିଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories