ସମାଜ ଡିଜିଟାଲ ଡେସ୍କ: ନୂଆପଡା ଜିଲାପାସୀଙ୍କ ସାମ୍ବିଧାନିକ ହକ୍ ଓ ଅଧିକାର ପାଇଁ ଆଜି ନ୍ୟାୟ ସମାବେଶ କରୁଛି କଂଗ୍ରେସ । ଖରିଆର୍ ସ୍ଥିତ ଚଟାନପଡା ନିକଟରେ ଅନୁଷ୍ଠିତ ହେବାକୁ ଥିବା ନ୍ୟାୟ ସମାବେଶରେ ଯୋଗ ଦେଉଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ । ସନ୍ଧ୍ୟା ୫ଟାରେ ହେବ ଏହି ସମାବେଶ । ଆଜିଠାରୁ ଆରମ୍ଭ ହେଉଥିବା ଏହି ସମାବେଶ ପୁରା ଜିଲାରେ ୯ତାରିଖ ପର୍ଯ୍ୟନ୍ତ ଚାଲିବ । ଘାସିରାମ ମାଝୀଙ୍କୁ ନେଇ ଦଳର ସଭାପତି ପୁରା ଜିଲାରେ ଏହି ସମାବେଶ କରିବେ ।



